ଆଲୋଚନା ପାଇଁ ରାଜି ହେଲା ୟୁକ୍ରେନ, ବେଲାରୁଷରେ ଶାନ୍ତି ଆଲୋଚନା

0

ନୂଆଦିଲ୍ଲୀ, ୨୭।୨: ଭୟାବହ ଯୁଦ୍ଧ ମଧ୍ୟରେ ୟୁକ୍ରେନ-ରୁଷ ମଧ୍ୟରେ ଆଲୋଚନାର ଆଶା ସଞ୍ଚାର ହୋଇଛି। ବେଲାରୁଷରେ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି। ବେଲାରୁଷ ସୀମାରେ ଚେରାନୋବ୍ଲି ଏକ୍ସକ୍ଲୁଜନ ଜୋନ୍‌ରେ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ୍‌। ଏନେଇ ଏଫ୍‌ପି ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଛି। ବେଲାରୁଷ ରାଷ୍ଟ୍ରପତି ଆଲେକ୍ସଜେଣ୍ଡର ଲୁକାସେନ୍‌କୋଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନ୍‌ ଯୋଗେ ଆଲୋଚନା ହୋଇଛି।

ୟୁକ୍ରେନ୍‌ର ଏକ ପ୍ରତିନିଧି ଦଳ ରୁଷର ଏକ ପ୍ରତିନିଧିଦଳ ସହ ଆଲୋଚନା କରିବେ।  ବିନା ସର୍ତ୍ତରେ ବେଲାରୁଷ ସୀମାରେ ଏହି ଆଲୋଚନା ପାଇଁ ସହମତି ହୋଇଛି। ୟୁକ୍ରେନ୍‌ର ପ୍ରତିନିଧି ଦଳ ବେଲାରୁଷକୁ ଯାତ୍ରା ସମୟରେ ସେଠାରେ ସମସ୍ତ ପ୍ରକାର ପ୍ଲେନ, ହେଲିକପ୍ଟର, ମିସାଇଲ ଷ୍ଟେସନ ପକ୍ଷରୁ ଗତିବିଧି ବନ୍ଦ ରହିବ। ଏହି ଦାୟିତ୍ୱ ବେଲାରୁଷ ନେଇଥିବା  ୟୁକ୍ରେନକୁ ପ୍ରତିଶ୍ରୁତି ଦେଇଛି। ୟୁକ୍ରେନ ପ୍ରତିନିଧି ଦଳ ଯେପରି ସୁରକ୍ଷିତ ଭାବେ ଯାଇ ଆଲୋଚନା ସାରି ପୁଣି ଫେରିବେ  ସେ ନେଇ ସୁନିଶ୍ଚିତ କରିଛନ୍ତି ବେଲାରୁଷ ରାଷ୍ଟ୍ରପତି। ପ୍ରଥମେ ଆଲୋଚନା ପାଇଁ ରୁଷ ଏକ ପ୍ରତିନିଧି ଦଳ ପଠାଇଥିଲା।  ୟୁକ୍ରେନକୁ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା ରୁଷ। ହେଲେ ମସ୍କୋର ଏହି ଅଫରକୁ ୟୁକ୍ରେନ୍‌ ପ୍ରତ୍ୟାଖ୍ୟାନ କରିଥିଲା।

ରୁଷ ରାଷ୍ଟ୍ରପତିଙ୍କ ମୁଖପାତ୍ର ୟୁକ୍ରେନ୍‌ ସହ ଆଲୋଚନ ପାଇଁ  ପ୍ରସ୍ତୁତ କହିଥିଲେ। ସେ କହିଥିଲେ ଯେ, ମସ୍କୋ ଏବେ ୟୁକ୍ରେନକୁ ଅପେକ୍ଷା କରିଛି। କିନ୍ତୁ ବେଲାରୁଷରେ ଯୁଦ୍ଧ ବେସ୍‌ ବାଛି ସେଠାରୁ ୟୁକ୍ରେନ ବିରୋଧରେ ରୁଷ ସାମରିକ ଅଭିଯାନ ଜାରି ରଖିଥିବାରୁ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି। ବେଲାରୁସ୍ ଆଡ଼ୁ ମଧ୍ୟ ୟୁକ୍ରେନ୍ ଉପରେ ଆକ୍ରମଣ ହୋଇଥିବାରୁ ସେଠାରେ ସମାଧାନ ପାଇଁ ବୈଠକ ନହୋଇ ଅନ୍ୟ କୌଣସି ସ୍ଥାନରେ ହେଲେ ଆମେ ସ୍ୱାଗତ କରିବୁ ବୋଲି ୟୁକ୍ରେନ କହିଥିଲା। ପୋଲାଣ୍ଡ୍, ସ୍ଲୋଭାକିଆ, ହଙ୍ଗେରି, ତୁର୍କୀ କିମ୍ବା ଆଜରବାଇଜାନ୍ ରାଜଧାନୀରେ ଏହି ବୈଠକ ହେଉ ବୋଲି ରାଷ୍ଟ୍ରପତି ଜେଲେସ୍କି ପ୍ରସ୍ତାବ କହିଥିଲେ।

Leave A Reply

Your email address will not be published.