ପଞ୍ଚାୟତ ନିର୍ବାଚନ ଫଳାଫଳ : ଦ୍ବିତୀୟ ଦିନରେ ବି ୫୪୨ ଆସନରେ ବିଜେଡି ଆଗୁଆ

0

ଭୁବନେଶ୍ବର,୨୭।୨ପଞ୍ଚାୟତ  ନିର୍ବାଚନ ଭୋଟ ଗଣତି ୨ୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଗଣତିରେ ବିଜେଡି ଆଗୁଆ ରହିଥିବା ବେଳେ ୨ୟ ଦିନର ଗଣତିରେ  ମଧ୍ୟ ସେହି ବିଜୟ ଧାରା ଦେଖିବାକୁ ମିଳିଛି। ପ୍ରଥମ ଦିନ ଗଣତିରେ ୩୧୫ ଜିଲା ପରିଷଦ ଜୋନର ଗଣତି ହୋଇଥିବା ବେଳେ ବିଜେଡି ୨୭୨ଟି ସିଟରେ ଆଗୁଆା ରହିଥିଲା। ୨ୟ ଦିନ ଗଣତିରେ ମଧ୍ୟ ସେହି ଟ୍ରେଣ୍ଡ ଦେଖିବାକୁ ମିଳିଛି। ମୋଟ ୬୧୮ ଜିଲା ପରିଷଦ ଆସନର ଭୋଟ ଗଣତି ହୋଇଥିବା  ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ୫୪୨ଟି ସିଟରେ ଆଗୁଆ ରହିଛି।  ସେହିପରି ବିଜେପି ୩୯ଟି ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୦ଟି ସିଟରେ ଆଗୁଆ ରହିଛି। ସ୍ବାଧୀନ ଓ ଅନ୍ୟାନ୍ୟ ପ୍ରାର୍ଥୀ  ୭ଟିରେ ଆଗୁଆ ରହିଛନ୍ତି। ସେହିପରି  ଘୋଷିତ ହୋଇଥିବା ୩୧୪ଟି ଜିଲ୍ଲା ପରିଷଦ ଆସନରୁ ବି​‌ଜେଡି ୨୮୧ଟି ଜୋନରେ ବିଜୟୀ ହୋଇଛି। ସେହିପରି  ବିଜେପି  ୧୫ଟି ଓ କଂଗ୍ରେସ ୧୪ଟି ବିଜୟୀ ହୋଇଛି। ଅନ୍ୟାନ୍ୟ ୪ଟିରେ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.