ରାତି ୧୦ଟା ୨୦ରେ ଉଠିଲା ମହାଦୀପ

0

ଭୁବନେଶ୍ବର, ୧।୩: ଭକ୍ତଙ୍କ ଶିବମନ୍ତ୍ର ଉଚ୍ଚାରଣ ଓ ଭକ୍ତମୟ ପରିବେଶରେ ଉଠିଲା ମହାଦୀପ। ରାତି ୧୦.୨୦ ମିନିଟ୍‌ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଉପରକୁ ଉଠିଛି ମହାଦୀପ। ମହାଦୀପ ଉଠିବା ସମୟରେ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଯାଇଥିଲା ସମଗ୍ର ଏକାମ୍ର କ୍ଷେତ୍ର।

ମହାଶିବରାତ୍ରୀ ପାଇଁ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଡିସିପି ଉମାଶଙ୍କର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି।

ସେହିପରି କଟକ ଜିଲ୍ଲା ‌ଆଠଗଡ଼ର ପ୍ରସିଦ୍ଧ ଶୈବପୀଠରେ ଫିକା ପଡ଼ିଛି ଜାଗର ପର୍ବ। କୋଭିଡ୍‌ କଟକଣା ଯୋଗୁ ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଆଜି ସକାଳ ୫ଟା ରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବା ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଛି। ପରେ ମଧ୍ୟ ରାତ୍ରରେ ବାବା ଧବଳେଶ୍ୱରଙ୍କଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠାଯିବ।

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଜାଗରଯାତ୍ରା ଅବସରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। କରୋନା କଟକଣାରେ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ଭୋର ୪ଟାରେ ମହାଦୀପ ଉଠିବାକୁ ନୀତିକାନ୍ତି ସ୍ଥିର ହୋଇଛି।

Leave A Reply

Your email address will not be published.