ସୁନୀତି ମୁଣ୍ଡ ହେଲେ ବିଜେପି ଭୁବନେଶ୍ବର ପ୍ରାର୍ଥୀ

0

ଭୁବନେଶ୍ବର, ୫।୩: ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ବିଜେପି ମଧ୍ୟ ଭୁବନେଶ୍ବର ମେୟର ପ୍ରାର୍ଥୀ ଘୋଷଣା କରିଛି। ଡ. ସୁନୀତି ମୁଣ୍ଡଙ୍କୁ ଦଳ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନା ଘୋଷଣା କରିଛନ୍ତି।  ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଡ. ସୁନୀତି ମୁଣ୍ଡଙ୍କୁ ଦଳର ଭୁବନେଶ୍ୱର ମେୟର ପ୍ରାର୍ଥୀ କରାଯାଇଛି। ଦଳ ପକ୍ଷରୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ହେବା ପାଇଁ ପ୍ରାୟ ୨୫ ଜଣ ଦରଖାସ୍ତ ଦେଇଥିଲେ। ସେମାନଙ୍କ ମଧ୍ୟରେ କିଛି ଦଳ ବାହାରର ମହିଳା ମଧ୍ୟ ଥିଲେ। ସମସ୍ତଙ୍କ ବିଷୟରେ ଆଲୋଚନା କରାଯିବା ପରେ ଦଳ ଡ. ସୁନୀତି ମୁଣ୍ଡଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲା।

 

Leave A Reply

Your email address will not be published.