ସୁଲୋଚନା ଭୁବନେଶ୍ବର, ସୁବାସ କଟକ ଓ ସଂଘମିତ୍ରା ବ୍ରହ୍ମପୁର ମେୟର ପାର୍ଥୀ

ଘୋଷଣା ହେଲା ବିଜେଡି ମେୟର ପାର୍ଥୀ ତାଲିକା

ଭୁବନେଶ୍ବର, ୩: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ଘୋଷଣା କରିଛି ଏହାର ମେୟର ପ୍ରାର୍ଥୀ କଟକ, ଭୁବନେଶ୍ବର ସହ ବ୍ରହ୍ମପୁର ମହାନଗର ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୁଲୋଚନା ଦାସ ଭୁବନେଶ୍ବର ମେୟର ପ୍ରାର୍ଥୀ ହୋଇଥିବା ବେଳେ ସାଂସଦ ସୁବାସ ସିଂ କଟକ ମହାନଗର ନିଗମ ସଂଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡିର ମେୟର ପ୍ରାର୍ଥୀ ଘୋଷିତ ହୋଇଛନ୍ତି।

ସାମ୍ବାଦିକାରୁ ରାଜନୀତିକୁ ଆସିଥିବା ସୁଲୋଚନା ଦାସ କଂଗ୍ରେସ ଦଳରୁ ରାଜନୀତି ଆରମ୍ଭ କରିଥିଲେ ନିଜର ଦୃଢ ସାଙ୍ଗଠନିକ ଦକ୍ଷତା ଲାଗି ବିଜେଡି ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା ଏହାପରେ ତାଙ୍କୁ ରାଜ୍ୟ ଭିନ୍ନକ୍ଷମ କମିନର ଭାବେ ଦାୟିତ୍ୱ ଦେଇଥିଲେ କିନ୍ତୁ ଏବେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ତରଫରୁ ମେୟର ପ୍ରାର୍ଥୀ ଭାବେ ତାଙ୍କୁ ମନୋନୀତ କରାଯାଇଛି

ସେହିପରି କଟକ ମେୟର ପଦବୀ ପାଇଁ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ପ୍ରାର୍ଥୀ କରିଛି ଦଳ ସେ ବାମପନ୍ଥୀ ପୃଷ୍ଠଭୂମିରୁ ବିଜେଡିକୁ ଆସିଥିବା ବେଳେ କଟକ ସହର ସହ ତାଙ୍କର ସମ୍ପର୍କ ଦୀର୍ଘ ଦିନର ରହିଛି। ଜଣେ ଦକ୍ଷ ସଂଗଠନ ଭାବେ ବେଶ୍‌ ସୁବାସ ସିଂହ ଜଣାଶୁଣା ନେତା । ବସ୍ତିବାସିନ୍ଦା ଓ ଶ୍ରମିକଙ୍କ ହକ୍‌ ପାଇଁ ସେ ସର୍ବଦା ଲଢେଇ କରନ୍ତି । କଟକ ମହାନଗର ନିଗମରୁ ମେୟର ଭାବେ ପ୍ରାର୍ଥୀ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି

ସେହିଭଳି ବ୍ରହ୍ମପୁର ମେୟର ପାଇଁ ସଂଘ୍ରମିତ୍ରା ଦଳେଇଙ୍କୁ ମଧ୍ୟ ଦଳ ମୈଦାନକୁ ଓହ୍ଲାଇଛି ସଂଘମିତ୍ରା ଏବେ ଗଞ୍ଜାମ ବିଜେଡି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଅଛନ୍ତିମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ପ୍ରାର୍ଥୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଏବେ ମୋ ପାଇଁ ଦାୟିତ୍ୱ ବଢିଛି ମୁଁ ଠିକ୍‌ ଭାବେ ସେହି ଦାୟିତ୍ୱକୁ ନିର୍ବାହ କରିବି ବୋଲି ସଂଘମିତ୍ରା କହିଛନ୍ତି

Comments are closed.