ବେଲାରୁଷ-ପୋଲାଣ୍ଡ ସୀମାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା

ଋଷ ଓ ୟୁକ୍ରେନ୍‌ ଯୁଦ୍ଧ

0

ନୂଆଦିଲ୍ଲୀ, ୩।୩ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ସଙ୍କଟ ଭିତରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ବସିଛି। ବେଲାରୁଷ-ପୋଲାଣ୍ଡ ସୀମାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ପାଇଁ ଆରମ୍ଭ ହୋଇଛି ବୈଠକ। ବୈଠକରେ ଋଷ ଓ ୟୁକ୍ରେନ୍‌ ପ୍ରତିନିଧିମଣ୍ଡଳ ଉପସ୍ଥିତ ଅଛନ୍ତି।

ଋଷ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ବେଲାରୁଷରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପଟେ ରୁଷ ରାଷ୍ଟ୍ରପତିଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଚାହିଁଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି। ରୁଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ହେଲେ ଯୁଦ୍ଧ ବନ୍ଦ ହେବ ବୋଲି ୟୁକ୍ରେନ୍‌  ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି କହିଛନ୍ତି।

ସେହିପରି ଋଷ ତୁରନ୍ତ ଯୁଦ୍ଧ ବିରତି କରୁ ବୋଲି ୟୁକ୍ରେନ୍‌ ପ୍ରତିନିଧି ମଣ୍ଡଳ ଦାବି କରିଛନ୍ତି । ପୂର୍ବରୁ ଫେବୃଆରୀ ୨୮ ତାରିଖରେ ପ୍ରଥମେ ବୈଠକ ହୋଇଥିବା । ତେବେ କୌଣସି ନିଷ୍କର୍ସ ନବାହାରିବାରୁ ଯୁଦ୍ଧ ଜାରି ରଖିଥିଲା ଋଷ । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ଅନେକ ସହରରେ କବ୍‌ଜା କରିସାରିଛି ରୁଷ ।

Leave A Reply

Your email address will not be published.