୫ ଦିନରେ ୧୫ ଖଟି ଘରକୁ ଭାଙ୍ଗିଲା ପୁଲିସ

0

ଭୁବନେଶ୍ୱର, ୩: ପୌର ନିର୍ବାଚନକୁ ନଜରରେ ରଖି କମିସନରେଟ୍‌ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବସ୍ତିଠୁ ଆରମ୍ଭ କରି ଛକ, ବିଭିନ୍ନ ଖଟିମଦ ଦୋକାନ ଭଳି ସମ୍ୱେଦନଶୀଳ ସ୍ଥାନରେ ପଞ୍ଝା ମାରୁଛି ପୁଲିସ୍‌ ୫ ଦିନ ମଧ୍ୟରେ ପୁଲିସ୍‌ ୬୦ଟି ଖଟିରେ ଚଢ଼ଉ କରିଥିଲା ବେଳେ ୧୫ଟି ଖଟି ଘରକୁ ଭାଙ୍ଗିଦେଇଛି ସର୍ବାଧିକ ଖଟି ଭାଙ୍ଗିଛି ଚନ୍ଦ୍ରଶେଖପୁର ଓ ଖଣ୍ଡଗିରି ଥାନା ଅଞ୍ଚଳରେ

ହିଂସା ରୋକିବା ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବାକୁ ଗୁରୁତ୍ୱ ଦେଇଛି କମିସନରେଟ ପୁଲିସଡ଼ା ପାଟ୍ରୋଲିଂ କରିବା ସହ ପେସାଦାର ଅପରାଧୀଙ୍କ ବିରୋଧରେ ୧୧୦ ଲଗାଇବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି ପୂର୍ବ ନିର୍ବାଚନରେ ହଣାକଟା ଓ ବୋମା ମାଡ଼ ଭଳି ଅନେକ ଘଟଣାର ନଜିର ରହିଛି ସେ ସବୁକୁ ଆଖି ଆଗରେ ରଖି ପୁଲିସ୍‌ ଏଥର ଅଧିକ ସଜାଗ ହୋଇଛି ଗଣ୍ଡଗାଳ କିମ୍ୱା ହିଂସାକାଣ୍ଡରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛିମାରପିଟ୍‌ ଘଟଣା ପଛର ରହସ୍ୟ ଖୋଜିବା ସହ ରାଜନୈତିକ ପୃଷ୍ଠଭୂମି ରହିଛି କି ନାହିଁ ତାକୁ ମଧ୍ୟ ଯାଞ୍ଚ କରିବାକୁ କୁହାଯାଇଛି ନିଶା କାରବାର ରୋକିବାକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ଡିସିପି ରାସ୍ତା ଉପରେ ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି ସହରର ଖୋଲା ସ୍ଥାନରେ ମଦ୍ୟପାନ ଓ ବିଭିନ୍ନ ଖଟିରେ ଚଢ଼ାଉ କରି ପ୍ରାୟ ୨୦୦ ମଦୁଆଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି କମିନରେଟ୍‌ ପୁଲିସ ୫ ଦିନ ମଧ୍ୟରେ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଜରିମାନା କରି ସାରିଛି ପୁଲିସ ଅନ୍ୟପକ୍ଷରେ ନାମାଙ୍କନ ଦାଖଲ ପାଇଁ ଆସୁଥିବା ନେତାଙ୍କ ସହ ଅନେକ କର୍ମୀ ବିନା ହେଲ୍‌ମେଟ୍‌ରେ ରାସ୍ତାରେ ବାଇକ୍‌ ଧରି ବୁଲୁଛନ୍ତି ସେମାନଙ୍କ ଘରକୁ ଚାଲାଣ ପଠାଇବାକୁ ଟ୍ରାଫିକ୍‌ ପୁଲିସ୍‌କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

Leave A Reply

Your email address will not be published.