ମେ’ ୨ ଯାଏ ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ

0

ଭୁବନେଶ୍ବର, ୨୭।୪: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ମେ’ ୨ ତାରିଖ ଯାଏ ସମସ୍ତ ବୈଷୟିକ ଅନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କ୍ଲାସ୍ ବନ୍ଦ ରହିଲେ ମଧ୍ୟ ହେବାକୁ ଥିବା ପରୀକ୍ଷାଗୁଡ଼ିକ ଧାର୍ଯ୍ୟ ତାରିଖରେ ସଂପନ୍ନ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ସମସ୍ତ ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ଶିକ୍ଷାନୁଷ୍ଠାନରେ ଉପସ୍ଥିତ ରହିବେ। ସେମାନେ ପରୀକ୍ଷା, ଖାତା ଦେଖା, ରିସର୍ଚ୍ଚ ଓ ପ୍ରଶାସନିକ କାର୍ଯ୍ୟ ଆଦି କରିବେ। ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲ୍‌କୁ ଏପ୍ରିଲ ୨୬ ତାରିଖ ଠାରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଥିଲା। ତେବେ ଏହା ମଧ୍ୟରେ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ଯଥାରୀତି ହେବ ବୋଲି କୁହାଯାଇଥିଲା।

ସେହିପରି ଉଚ୍ଚଶିକ୍ଷା ବିଭାଗ ଏହା ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକୁ ଏପ୍ରିଲ ୨୭ ଅର୍ଥାତ୍ ଆଜିଠାରୁ ବନ୍ଦ ରଖିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜକୁ ବିଭାଗ ପକ୍ଷରୁ ୨ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

Leave A Reply

Your email address will not be published.