ଆସନ୍ତାକାଲିଠାରୁ ବନ୍ଦ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ

0

ଭୁବନେଶ୍ବର,୨୬।୪: ଆସନ୍ତାକାଲିଠାରୁ  କଲେଜ କ୍ଲାସ୍‌ ରୁମ୍‌ ପାଠପଢ଼ା ବନ୍ଦ। କାଲିଠାରୁ ମେ’ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଯିବେ ନାହିଁ ଛାତ୍ରଛାତ୍ରୀ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କାଲିଠାରୁ ୟୁଜି/ପିଜି କ୍ଲାସକୁ ବନ୍ଦ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ  ଦୃଷ୍ଟିରେ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ।

Leave A Reply

Your email address will not be published.