ଜୁନ୍‌ ୧ ଓ ୨ ରାଜ୍ୟ କଂଗ୍ରେସ ଚିନ୍ତନ ଶିବିର

0

ଭୁବନେଶ୍ଵର, ୩୦ଆସନ୍ତା ଜୁନ ୧ ଓ ୨ ତାରିଖରେ ବସିବ ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର। ରତ ପଟ୍ଟନାୟକ ପିସିସି ସଭାପତି ହେବା ପରେ ପ୍ରଥମ ଥର ପାଇଁ କଂଗ୍ରେସର ଚିନ୍ତନ ଶିବିର ବସିବାକୁ ଯାଉଛି। କଂଗ୍ରେସର ବ୍ଲକ ସଭାପତି, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତିବରିଷ୍ଠ ନେତା ଏହି ବୈଠକରେ ଯୋଗ ଦେବେ।

ସୂଚନାନୁଯାୟୀ, କଂଗ୍ରେସର ଚିନ୍ତନ ଶିବିରର ପ୍ରଥମ ଦିନରେ ଜିଲ୍ଲା ସଭାପତି ଯୋଗଦେବେ। ସେହିପରି ଦ୍ୱିତୀୟ ଦିନରେ ବ୍ଲକ ସଭାପତିମାନେ ଯୋଗ ଦେବେ। କଂଗ୍ରେସକୁ ତୃଣମୂଳ ସ୍ତରରୁ କିଭଳି ଭାବେ ସଶକ୍ତ କରାଯିବ ସେ ନେଇ ଆଲୋଚନା ହେବ। ଏହି ଚିନ୍ତନ ଶିବିରରେ ପ୍ରଭାରୀ . ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ ଯୋଗ ଦେବେ।

ତେବେ କଂଗ୍ରେସରୁ ଦୂରେଇ ଯାଇଥିବା ନେତାମାନଙ୍କୁ ଶରତ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସକୁ ପୁନଃସଙ୍ଗଠିତ କରିବା ପାଇଁ ଦଳକୁ ଫେରନ୍ତୁ ଛାଡ଼ିଥିବା କଂଗ୍ରେସ ନେତା। ଯୁବ, ଛାତ୍ର, ମହିଳା ସମସ୍ତଙ୍କୁ ନେଇ ଆଗକୁ ବଢ଼ିବ କଂଗ୍ରେସ।

Leave A Reply

Your email address will not be published.