ଲଲାଟ ମୋହନ ପଟ୍ଟନାୟକ ପାଇଲେ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ବର, ୩୧।୫: ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଧର୍ମପଦ ପୁରସ୍କାରଶିଳ୍ପୀ ସମ୍ବର୍ଦ୍ଧନା’ ଆଜି ପ୍ରଦାନ କରାଯାଇଛି। ଆଜି ସଂସ୍କୃତି  ଭବନଠାରେ  ଓଡ଼ିଶା ଲଳିତ କଳା ଏକାଡେମୀ, ଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିଲା। ୨୦୨୧ ବର୍ଷ ନିମନ୍ତେ ଓଡ଼ିଶାର ଚିତ୍ରକଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଶୀର୍ଷରେ ପହଞ୍ଚିଥିବା ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ  ‘ଧର୍ମପଦ ପୁରସ୍କାରପ୍ରଦାନ କରାଯାଇଥିଲା। ସେହିପରି ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ  ଜ୍ୟୋତିର୍ମୟୀ ମହାନ୍ତି, ବଳଦେବ ମହାରଥା, ଦୁର୍ଗା ଚରଣ ପଣ୍ଡା, ପଞ୍ଚାନନ ସୁର ଓ ଭାସ୍କର୍ଯ୍ୟ ଶିଳ୍ପୀ ଦେବେନ୍ଦ୍ର ମିଶ୍ରଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନାପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ପର୍ଯ୍ୟଟନ , ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ  ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନୀତ ଅତିଥି ରୂପେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ସ୍ଥପତି ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୁରସ୍କାର ବିତରଣ ଉତ୍ସବରେ ବହୁ ଶିଳ୍ପୀ, କଳାନୁରାଗୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Comments are closed.