ଏନ୍ଆଇଏର ମୁଖ୍ୟ ହେଲେ ପଂଜାବର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଦିନକର ଗୁପ୍ତା

0

ନୂଆଦିଲ୍ଲୀ, ୨୩।୬: ଭାରତୀୟ ପୁଲିସ ସେବା (ଆଇପିଏସ୍)ର ବରିଷ୍ଠ ଅଧିକାରୀ ଦିନକର ଗୁପ୍ତା ଗୁରୁବାର ଦିନ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତିପର୍ସନାଲ ମନ୍ତ୍ରଣାଳୟର ଏକ ନିର୍ଦ୍ଦେଶରେ ଏହି ସୂଚନା ଦିଆଯାଇଛି ଗୁପ୍ତା ହେଉଛନ୍ତି ପଞ୍ଜାବ କ୍ୟାଡରର ୧୯୮୭ ବ୍ୟାଚ୍ ଆଇପିଏସ୍ ଅଧିକାରୀ

ମନ୍ତ୍ରୀ ମଣ୍ଡଳର ନିଯୁକ୍ତି କମିଟି ଗୁପ୍ତାଙ୍କୁ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଅର୍ଥାତ୍ ଅବସର ଗ୍ରହଣ ତାରିଖ ପର୍ଯ୍ୟନ୍ତ ଏନଆଇଏର ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି ଅନ୍ୟ ଏକ ଆଦେଶରେ ଗୃହ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ (ଆଭ୍ୟନ୍ତରୀଣ ସୁରକ୍ଷା) ଭାବରେ ସ୍ୱାଗତ ଦାସଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ଦିଆଯାଇଛି

ସ୍ବାଗତ ଦାସ ୧୯୮୭ ମସିହାର ଛତିଶଗଡ କ୍ୟାଡରର ଆଇପିଏସ୍ ଅଫିସର ଏବଂ ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ତାଙ୍କୁ ଏହି ପଦବୀରେ ୩୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି, ଯାହାକି ତାଙ୍କର ଅବସର ତାରିଖ ଅଟେ

Leave A Reply

Your email address will not be published.