ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ଅନୁଭବଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଆକ୍ଷେପ ମାମଲା

0

କଟକ, ୮: ବର୍ଷାଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା। ବର୍ଷା, ତାଙ୍କ ଝିଆରୀ ଓ ମାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ। ଅନୁଭବଙ୍କ ସୁରକ୍ଷା କର୍ମୀଙ୍କୁ ଜାତିଆଣ ଆକ୍ଷେପ ନେଇଥିଲା ଅଭିଯୋଗ। ମାମଲାରେ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ବର୍ଷା। ସୂଚନା ଥାଉ କି, ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ସମନ କରିଥିଲା ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିଲା। 

୨୦୧୯ ଜୁଲାଇ ୯ ତାରିଖର ମାମଲା ୨୦୨୨ ଜୁଲାଇରେ ଦିଲ୍ଲୀ ପୁଲିସ ପଞ୍ଜିକୃତ କରିବା ପରେ ବର୍ଷାଙ୍କ ସମନ ହୋଇଥିଲା ବଡକଥା ହେଉଛି ଗତ ୨୫ ତାରିଖରେ ଦିଲ୍ଲୀ ପୁଲିସର ଏକ ଟିମ ବର୍ଷାଙ୍କୁ ଖୋଜି କଟକରେ ପହଂଚିଥିଲା ପୁରୀ ଘାଟ ଥାନା ପୁଲିସ ସହଯୋଗ କରିନଥିଲା ପରେ ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିଲେଦିଲ୍ଲୀ ପୋଲିସର ସମନ୍‌ ପରେ ଜାତୀୟ ଏସ୍‌ସି/ଏସ୍‌ଟି କମିଶନଙ୍କ ପକ୍ଷରୁ କମିଶନରେଟ୍‌ ପୁଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲା

Leave A Reply

Your email address will not be published.