ପିଜିରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

୧ରୁ ଆବେଦନପତ୍ରରେ ସଂଶୋଧନ ସହ ନାମଲେଖା ଆବେଦନ

0

ଭୁବନେଶ୍ୱର,୩୦/୧୦: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକତ୍ତୋର (ପିଜି)ରେ ଖାଲିଥିବା ବଳକା ସିଟ୍‌ରେ ନାମଲେଖା ହେବଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗଆସନ୍ତା ୧ରୁ ୩ ତାରିଖ ଭିତରେ ସାମ୍‌ସ୍‌ ୱେବପୋର୍ଟାଲ୍‌ରେ ଛାତ୍ରଛାତ୍ରୀମାନେ ନିଜ ଆବେଦନପତ୍ରର ସଂଶୋଧନ କରିବା ସହ ନାମଲେଖା ପାଇଁ ଆବେଦନ କରିବେଏହାପରେ ୪ ତାରିଖରେ ଆବେଦନକାରୀଙ୍କ ମାର୍କ ପ୍ରକାଶିତ ହେବକେବେ ନାମଲେଖା ହେବ ସେନେଇ ୧ରୁ ୪ ତାରିଖ ଭିତରେ ବିସ୍ତୃତ ବିଜ୍ଞପ୍ତି ବାହାରିବ ୫ରୁ ୨୧ ତାରିଖ ମେଧା ତାଲିକା ପ୍ରକାଶ, ନାମଲେଖା, ନାମଲେଖା ଫିସଂଗ୍ରହ ଆଦି ଶେଷ ହେବ ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ଓ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି

Leave A Reply

Your email address will not be published.