ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ୨୧ଟି ଟିମ୍ ନିୟୋଜିତ

0

ଟାଙ୍ଗୀ, ୦୪/୦୧ : ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭା ୫ଟି ରେଞ୍ଜରେ ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି। ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିବ। ଗୋଟିଏ ଦିନ ପାଇଁ ପକ୍ଷୀ ଗଣନା ହେବ। ଏଥପାଇଁ ସର୍ବମୋଟ ୧୦୧ ଜଣଙ୍କୁ ନିୟୋଜିତ କରାଯାଇଛି। ଏଥିପାଇଁ ୨୧ଟି ଟିମ୍ ଗଠନ ହୋଇଛି। ପ୍ରତି ଟିମରେ ୪ରୁ୫ ଜଣ ଲଖାଏଁ ନିୟୋଜିତ ହୋଇଛନ୍ତି। ବାଇନକୁଲର ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି। ଜଳଭାଗରେ ୧୯ଟି ଟିମ୍ ଏବଂ ସ୍ଥଳଭାଗରେ ୨ଟି ଟିମ୍ ଚିଲିକାକୁ ଆସିଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ଗଣନା କରୁଛନ୍ତି । ଟାଙ୍ଗୀ ଏବଂ ବାଲୁଗାଁ ରେଞ୍ଜରେ ପକ୍ଷୀଙ୍କ ସମାଗମ ଅଧିକ ଥିବା ଯୋଗୁଁ ଅଧିକ ଗଣନାକାରୀ ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ପୁରୀ-ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିବା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ହେବ।

ଗତବର୍ଷ ମାର୍ଚ୍ଚ ମାସ ଠାରୁ ବର୍ତ୍ତମାନ ସୁଦ୍ଧା ଚିଲିକାରେ କେତେ ପ୍ରଜାତିର ଓ ସେମାନଙ୍କ ସଂଖ୍ୟା କେତେ ? ତାହାର ଟିକିନିଖି ହିସାବ କରିବେ ସରକାର । ଚିଲିକାରେ ସମାଗମ ହୋଇଥିବା ଦେଶୀ-ବିଦେଶୀ ପକ୍ଷୀଙ୍କ ସଂଖ୍ୟା କେତେ ? ତାହାର ଏକ ରିପୋର୍ଟ ପ୍ରସ୍ତୁତ କରିବେ ସରକାର। ସେଥିପାଇଁ “ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ” ପକ୍ଷରୁ ଏହି ଗଣନା କାର୍ଯ୍ୟ କରାଯାଉଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ( CDA ) ସହଯୋଗରେ ବିଭିନ୍ନ ସ୍ୱଚ୍ଛାସେବୀ ସଙ୍ଗଠନ ଏହି ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ବିଶେଷଜ୍ଞ, ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟି ( B.N.H.S. )ର ବିଶେଷଜ୍ଞ ରିସର୍ଚ୍ଚ ପର୍ସନମାନଙ୍କୁ ନେଇ ପକ୍ଷୀ ଗଣନା କରାଯାଉଛି। ଗଣନା କାର୍ଯ୍ୟରେ ପ୍ରତିବନ୍ଧକ ନଆସିବା ପାଇଁ ପର୍ଯ୍ୟଟକମାନଙ୍କୁ କିଛି ସମୟ ପାଇଁ ଚିଲିକା ପ୍ରବେଶ ଉପରେ ରୋକ୍ ଲଗାଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ACF ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି ।

ସରକାରୀ ରିପୋର୍ଟକୁ ଅନୁଧ୍ୟାନ କଲେ ଗତବର୍ଷ ଅର୍ଥାତ୍ ୨୦୨୧-୨୦୨୨ରେ ସମଗ୍ର ଚିଲିକାକୁ ୧୮୩ ପ୍ରଜାତିର ପକ୍ଷୀ ଆସିଥିବା ସରକାରୀ ରେକର୍ଡରୁ ଜଣାଯାଏ। ସେମାନଙ୍କର ସଂଖ୍ୟା ୧୦ ଲକ୍ଷ ୭୪ ହଜାର ୧୭୩ ଥିଲା । ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଗଡୱ।ଲ, ପିଣ୍ଟେଲ, ଫ୍ଲେମିଙ୍ଗୋ, ଗ୍ରେ-ହେରେନ, ପେଲିକାନ, ଗଡୱିଟ୍, ଗାରଗ୍ରିନ, ୱିଜନ ପ୍ରଭୃତି ଥିଲେ ।

Leave A Reply

Your email address will not be published.