ହେଟ୍ ସ୍ପିଚ୍ ମାମଲା: ଟିଭି ଚ୍ୟାନେଲ ଓ ଆଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

0

ନୂଆଦିଲ୍ଲୀ, ୧୪।୧: ହେଟ୍‌ ସ୍ପିଚ୍ ମାମଲାରେ ଶକ୍ତ ହୋଇଛନ୍ତି ସୁପ୍ରିମକୋର୍ଟ। କଡା କାର୍ଯ୍ୟାନୁଷ୍ଠାନ କରିବାକୁ ସିଧାସଳଖ ଦେଇଛନ୍ତି ନିର୍ଦ୍ଦେଶ। ଏକ ହେଟ୍ ସ୍ପିଚ୍ ବା ଘୃଣା ସୃଷ୍ଟିକାରୀ ଭାଷଣକୁ ନେଇ ହୋଇଥିବା ଆବେଦନ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିଭି ଚ୍ୟାନଲେ ଓ ଆଙ୍କରମାନଙ୍କ କାର୍ଯ୍ୟକ୍ରମକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ଶୁଣାଶି କରିଥିବା ବିଚାରପତି କେ.ଏମ୍ ଜୋସେଫ କହିଛନ୍ତି, ଘୃଣା ସୃଷ୍ଟିକାରୀ ଭାଷଣ ସମାଜ ପାଇଁ ବଡ଼ ବିପଦ । ଭାରତରେ ଏକ ମୁକ୍ତ ଓ ସନ୍ତୁଳିତ ପ୍ରେମର ଆବଶ୍ୟକତା ରହିଛି। ଆଜିକାଲି ସବୁକିଛି ଟିଆରପି ଦ୍ୱାରା ପରିଚାଳିତ ହେଉଛି ଏବଂ ଚ୍ୟାନେଲଗୁଡ଼ିକ ପରସ୍ପର ବିରୋଧରେ ପ୍ରତିଯୋଗିତା କରି ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି । ଏଭଳି କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଘୃଣାର ପ୍ରଚାର ପ୍ରସାର କରୁଥିବା ଆଙ୍କରମାନଙ୍କୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଗଣମାଧ୍ୟମ ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିପାରିବ ନାହିଁ ବୋଲି କଡ଼ା ଭାଷାରେ କହିବା ସହ ଖବରକାଗଜ ତୁଳନାରେ ଟିଭି ଚ୍ୟାନେଲ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି ବୋଲି ଜଷ୍ଟିସ୍ ଜୋସେଫ କହିଛନ୍ତି। ଟେଲିଭିଜନରେ ଦେଖାଯାଉଥିବା ଦୃଶ୍ୟ କାରଣରୁ ସମାଜରେ ବିଭାଜନ ସୃଷ୍ଟି ହେଉଛି। ଦର୍ଶକମାନେ ମଧ୍ୟ ଏଭଳି ବିଷୟବସ୍ତୁ ଦେଖିବା ପାଇଁ ସମ୍ପୂର୍ଣ୍ଣ ପରିପକ୍ୱ ବୋଲି ଜଷ୍ଟିସ୍ ଜୋସେଫ କହିଛନ୍ତି।

Leave A Reply

Your email address will not be published.