ସୋଆ ଚାନ୍‌ସେଲର ପ୍ରଫେସର ଡ. ଡିପି ରାୟଙ୍କ ପରଲୋକ

0
ଭୁବନେଶ୍ୱର ୨୯/୦୪: ସୋଆ ଚାନ୍‌ସେଲର ପ୍ରଫେସର ଡ଼. ଦେବୀ ପ୍ରସାଦ ରାୟଙ୍କ ପରଲୋକ । ସମ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦିନ ୧୧ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥ ଥିବାରୁ ସମ୍ ହସ୍ପିଟାଲରେ କିଛି ଦିନ ଧରି ତାଙ୍କ ଚିକିତ୍ସା ହୋଇଥିଲେ । ଶ୍ରୀ ରାୟ ସୋଆ ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ରାୟଙ୍କ ଦେହାନ୍ତ ପରେ ସୋଆ ପରିବାରେ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ୧୯୭୧ ମସିହାରେ କୃଷିବିଜ୍ଞାନରେ ସ୍ନାତକ ପାସ୍‌ କରିଥିଲେ । ପରେ ୧୯୮୧ କୋଲକାତା ବିଶ୍ୱବିଦ୍ୟାଳୟରରୁ କୃଷିବିଜ୍ଞାନରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । କୋଲକାତା ବିଶ୍ୱାବିଦ୍ୟାଳୟରେ ପ୍ରଥମେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ଓୟୁଏଟିର ଆସୋସିଏଟ୍‌ ପ୍ରଫେସର ଭାବେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ। ସେହିପରି ୨୦୦୬ରୁ ୨୦୧୨ ପର୍ଯ୍ୟନ୍ତ ଓୟୁଏଟିର ଭାଇସ୍‌ ଚାନ୍‌ସେଲର ଭାବେ ଦାୟିତ୍ୱ ସମ୍ଭାଳିଥିଲେ ।ସେହିପରି ISVSର ସଭାପତି ଥିଲେ ପ୍ରଫେସର ଡ଼. ଦେବୀ ପ୍ରସାଦ ରାୟ।

Leave A Reply

Your email address will not be published.