ରବିବାର ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ଜାରି ହେଲା ଗସ୍ତସୂଚୀ

0

ଭୁବନେଶ୍ୱର, ୦୫/୦୬: ଆସନ୍ତା ୭ ତାରିଖରେ କମ୍ପିବ ଝାରସୁଗୁଡା । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡାରେ ନିର୍ବାଚନୀ ସଭାକୁ ସମ୍ୱୋଧନ କରି ଦୀପାଳିଙ୍କ ପାଇଁ ସମର୍ଥନ ଲୋଡ଼ିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ବିଜେଡି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗସ୍ତ ସୂଚୀ ଜାରି କରାଯାଇଛି।

ସୂଚନା ମୁତାବକ, ରବିବାର ଅପରାହ୍ନ ୩ଟା ୩୫ ମିନିଟ୍‌ରେ ନବୀନ ନିବାସରୁ ବାହାରି ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଏୟାରପୋର୍ଟରେ ୩ଟା ୪୦ ମିନିଟ୍‌ରେ ପହଞ୍ଚିବେ । ଭୁବନେଶ୍ୱର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ୩ଟା ୪୫ ମିନିଟ୍ ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ଅଭିମୁଖେ ମୁଖ୍ୟମନ୍ତ୍ରୀ ଯାତ୍ରା ଆରମ୍ଭ କରିବେ । ଏହାପରେ ୪ଟା ୩୦ ମିନିଟ ସମୟରେ ଭିଏସଏସ୍ ବିମାନ ବନ୍ଦରରେ ପହଞ୍ଚି ଝାରସୁଗୁଡ଼ାରେ ବିଶାଳ ଜନସମାବେଶକୁ ସମ୍ୱୋଧିତ କରିବେ । ୫ଟା ୧୫ ମିନିଟ ସମୟରେ ଭିଏସଏସ୍ ବିମାନବନ୍ଦରରୁ ବି-୨୦୦ ବିଟି ଆରଏସଏନ୍ ବିମାନ ସହଯୋଗରେ ସନ୍ଧ୍ୟା ୬ ଘଟିକା ସୁଦ୍ଧା ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିବେ।

Leave A Reply

Your email address will not be published.