ଆଉ କିଛି ସପ୍ତାହରେ କରୋନା ଟିକା: ୨୫୦ ଟଙ୍କାରେ ମିଳିବ କି ଟିକା!

0

ଭୁବନେଶ୍ବର, ୮।୧୨: ଆସନ୍ତା କିଛି ସପ୍ତାହରେ କରୋନା ଟିକାକୁ ମିଳିପାରେ ଅନୁମତି। ଜରୁରୀକାଳିନ ବ୍ୟବହାର ପାଇଁ କୋଭିଡ୍‌ ଟିକାକୁ ଏହି ଅନୁମତି ମିଳିବ। ଡ୍ରଗ୍‌ସ୍‌ କଣ୍ଟ୍ରୋଲ ଜେନେରାଲ୍‌ ଅଫ୍‌ ଇଣ୍ଡିଆ(ଡିସିଜିଆଇ)ରେ ଆମେରିକୀୟ କମ୍ପାନି ଫାଇଜର ସମେତ ଭାରତର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ ନିଜେ ପ୍ରସ୍ତୁତ କରିଥିବା କରୋନା ଟିକା ପାଇଁ ଆବେଦନ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଅନ୍ୟପଟେ କରୋନା ଟିକାର ଗୋଟିଏ ଡୋଜ୍‌କୁ ୨୫୦ ଟଙ୍କାରେ ମିଳିପାରେ। କେନ୍ଦ୍ର ସରକାରଙ୍କ ସହ ଏନେଇ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି ବୋଲି ସୂଚନା ମିଳିଛି।

ଫାଇଜର ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପରେ ଭାରତ ବାୟୋଟେକ ହେଉଛି ତୃତୀୟ ଫାର୍ମାସ୍ୟୁଟିକାଲ୍‌ କମ୍ପାନି ଯିଏକି କୋଭିଡ୍‌ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ମାଗିଛି। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ସହଯୋଗରେ ଭାରତ ବାୟୋଟିକ୍‌ ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଛି ‘କୋଭାକ୍ସିନ୍‌ ଟିକା’।

ଅନ୍ୟପଟେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କରୋପା ଟିକାର ମୂଲ୍ୟକୁ ନେଇ ଏକ ଚୁକ୍ତିନାମା ସ୍ବାକ୍ଷର ହେବାକୁ ଯାଉଛି। ଏହି ଚୁକ୍ତି ଅନୁଯାୟୀ କରୋନା ଟିକାର ଗୋଟିଏ ଡୋଜ୍‌ ଏବେ ୨୫୦ ଟଙ୍କାରେ ମିଳିବ।

Leave A Reply

Your email address will not be published.