ରାଜ୍ୟର ୫ ସ୍ଥାନରେ ଉଦ୍ଘାଟିତ ହେଲା ଇକୋ ରିଟ୍ରିଟ୍

0

ଭୁବନେଶ୍ବର, ୯।୧୨: ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଅବସର ବିନୋଦନ ପାଇଁ  ରାଜ୍ୟର ୫ଟି ସ୍ଥାନରେ ଆଜି ଇକୋ ରିଟ୍ରିଟ୍‌ର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କନ୍‌ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସବୁର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଗତ ବର୍ଷ କୋଣାର୍କ ଇକୋ ରିଟ୍ରିଟ୍‌ ସଫଳ ହେବା ପରେ ଚଳିତ ବର୍ଷ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ର ଆୟୋଜନ କରାଯାଇଛି। କୋଣାର୍କ, ହୀରାକୁଦ, ଭିତରକନିକା, ଦାରିଙ୍ଗବାଡ଼ି ଓ ସାତକୋଶିଆରେ ଆୟୋଜିତ ହେଉଛି ଇକୋ ରିଟ୍ରିଟ୍।

Leave A Reply

Your email address will not be published.