କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପୁଣି ଅସୁସ୍ଥ: ଏମ୍ସରେ ଭର୍ତ୍ତି

ଭୁବନେଶ୍ବର/ରାଉରକେଲା, ୨୦/୮: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପୁଣି ଅସୁସ୍ଥ ହୋଇ ଦିଲ୍ଲୀ ଏମ୍ସରେ ସୋମବାର ବିଳମ୍ବିତ ରାତିରେ ଭର୍ତ୍ତି ହୋଇଛନ୍ତି। ମନ୍ତ୍ରୀ ଓରାମଙ୍କୁ ଏମ୍ସର ନ୍ୟୁ ପ୍ରାଇଭେଟ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି। ଛାତି ରୋଗ ବିଭାଗର ମୁଖ୍ୟ ଡାକ୍ତର ଅନନ୍ତ ମୋହନଙ୍କ ତତ୍ତ୍ୱାବଧାନରେ ସେ ଚିକିତ୍ସିତ ହେଉଛନ୍ତି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଜୁଏଲ ଓରାମ ନିଜ ଗାଁ ଲହୁଣୀପଡ଼ା କେନ୍ଦୁଡ଼ିହିରେ ପତ୍ନୀଙ୍କ ଅନ୍ତେଷ୍ଟିକ୍ରିୟା ସାରିବା ପରେ କ୍ରିୟାକାମ ପାଇଁ ଘରେ ଥିଲେ। ଡେଙ୍ଗୁ ଆକ୍ରାନ୍ତ ଥିବାରୁ ସାଥୀରେ ଡାକ୍ତରଟିମ୍ ମଧ୍ୟ ରହିଥିଲେ। ଗତକାଲି ଅପରାହ୍ନରେ ବଣାଇ ହସ୍ପିଟାଲରେ ତାଙ୍କର ପାଟିଲେଟ ପରୀକ୍ଷା କରାଯାଥିଲା। ପରୀକ୍ଷା ରିପୋର୍ଟରୁ ପାଟିଲେଟ କମ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି ହେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଝାରସୁଗୁଡ଼ାରୁ ବିମାନ ଯ‌ୋଗେ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣା ପଡ଼ିଛି। ସେ ଛାତି ରୋଗ(ପଲମୋନାରି ମେଡିସିନ୍) ବିଭାଗରେ ଭର୍ତି ହୋଇଛନ୍ତି।

 

Comments are closed.