ଓଡ଼ିଶାବାସୀ ହେଉଛନ୍ତି ଆମର ବସ୍: ମୁଖ୍ୟମନ୍ତ୍ରୀ

ଯୁବ ବିଜେଡି କାର୍ଯ୍ୟକାରିଣୀରେ ନବୀନ କହିଲେ ମନର କଥା

0

ଭୁବନେଶ୍ବର,୧୮।୧୨: ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଥିଲେ। କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଆ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ। ସେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୁଣି ଥରେ ଦୋହରାଇ ଉଭୟ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ନବୀନ ଆହୁରି କହିଛନ୍ତି ଯେ, ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେଉଛି ଓଡ଼ିଶା। ସେଥିପାଇଁ ଓଡିଆ ଭାଷାର ସ୍ବତନ୍ତ୍ର ପରିଚୟ ରହିଛି। ଆମ କଳା, ସଂସ୍କୃତି ଐତିହ୍ୟ ସ୍ବତନ୍ତ୍ର। କାରଣ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର।ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା ବୋଲି କହିଛନ୍ତି। ଏଥିସହିତ ସେ ଆହୁରି କହିଛନ୍ତି ଯେ, ମହାନଦୀ ଆମ ଜୀବନ ରେଖା। ମହାନଦୀର ପାଣି ପ୍ରତି ଓଡ଼ିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି।
ଆମର ସମୃଦ୍ଧ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି। ଯାହାଫଳରେ ସାରା ଦେଶରେ ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି ବୋଲି ନବୀନ କହିଛନ୍ତି।

ଆହୁରି ନବୀନ କହିଛନ୍ତି ଯେ, ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜୁ ଜନତା ଦଳ ହିଁ ଲଢ଼େଇ ଜାରି ରଖିଛି। ଓଡ଼ିଶାର ଭାଷା, ସଂସ୍କୃତି ଆମ ପାଇଁ ବଡ଼। ଜାତୀୟ ଦଳ ଗୁଡ଼ିକ ପାଇଁ ଏହାର ମୂଲ୍ୟ କିଛି ନାହିଁ। ଜାତୀୟ ଦଳର ରାଜ୍ୟ ନେତୃତ୍ବର ମୁଖ୍ୟ ଲକ୍ଷ୍ୟ ହେଲା, ଜାତୀୟ ନେତୃତ୍ବକୁ ଖୁସି କରିବା ଏବଂ ମନ୍ତ୍ରୀ ହେବା ବା କିଛି ବଡ ପଦବୀ ପାଇବା। ସେମାନଙ୍କର ଲକ୍ଷ୍ୟ କେବଳ ନିର୍ବାଚନରେ ବିଜୟୀ ହେବ କ୍ଷମତା ଦଖଲ କରିବା ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଜାତୀୟ ଦଳ ଗୁଡ଼ିକର ମୁଖ୍ୟ ଫୋକସ୍ହେଲା ହିନ୍ଦୀ। ହେଲେ ଓଡ଼ିଶାର ଭାଷା ସଂସ୍କୃତି ଆମ ପାଇଁ ବଡ଼। ଯାହା ଜାତୀୟ ଦଳ ଗୁଡ଼ିକ ପାଇଁ କିଛି ମୂଲ୍ୟ ନାହିଁ। ଆଞ୍ଚଳିକ ଦଳ ହିସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିପାରିବ। ଏଠି ରାଜ୍ୟରେ ବିଜେପି କଂଗ୍ରେସ ଦିଲ୍ଲୀର ରିମୋଟ୍କଣ୍ଟ୍ରୋଲରେ ଚାଲୁଛି। ହେଲେ ବିଜେଡିର ଦିଲ୍ଲୀରେ କେହି ବସ୍ନାହାନ୍ତି। କେବଳ ଓଡ଼ିଶାବାସୀ ହିଁ ବିଜୁ ଜନତା ଦଳର ବସ୍ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଅପରପକ୍ଷେ ପୌର ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନ ବେଳେ ଉଭୟ ବିଜେପି କଂଗ୍ରେସ ତାଙ୍କ ନିର୍ବାଚନ ଇସ୍ତାହାରରେ ସ୍ବତନ୍ତ୍ର ପାହ୍ୟା କଥା କହିଥିଲେ। ହେଲେ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଇଛନ୍ତି ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.