ଜାନୁଆରି ୮ରୁ ଖୋଲିବ ସ୍କୁଲ

0

ଭୁବନେଶ୍ବର, ୨।୧: ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା। ଶେଷରେ ସରକାର  ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି। ଜାନୁଆରି ୮ରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟ ଖୋଲିବ। କିନ୍ତୁ ସବୁ ଶ୍ରେଣୀ ପାଇଁ ନୁହେଁ, କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଜାନୁଆରି ୮ରୁ ଏପ୍ରିଲ ୨୬ ଯାଏ ପାଠପଢ଼ା ଓ ଦ୍ୱାଦଶ ପିଲାଙ୍କ ପାଇଁ ଜାନୁଆରି ୮ରୁ ଏପ୍ରିଲ ୨୮ ଯାଏ ପାଠ ପଢ଼ା କରାଯିବ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ କରୋନା ପାଇଁ ଚଳିତ ବର୍ଷ ୧୦୦ ଦିନ ହେବ ପାଠପଢ଼ା ହେବ । ମେ ୩ରୁ ୧୫ ତାରିଖ ଯାଏ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦଶମ ବୋର୍ଡ ପରୀକ୍ଷା ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ। ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ ୧୧ ଯାଏ ଚାଲିବ। ଶନିବାର ଓ ରବିବାର ବି ପାଠପଢା ହେବ। ଦଶମ, ଯୁକ୍ତ ୨ ପିଲାଙ୍କ ପାଇଁ ଶନିବାର ଓ ରବିବାର ବି ପାଠପଢା ହେବ।

 

Leave A Reply

Your email address will not be published.