୧୧ରୁ ଖେଲିବ କଲେଜ ଓ ବିଶ୍ବବିଦ୍ୟାଳୟ

0

ଭୁବନେଶ୍ବର, ୩।୧: ଆସନ୍ତା ୧୧ ତାରିଖରେ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଭିତରେ ଏ ସବୁ ଖୋଲିବାକୁ ଉଚ୍ଚଶିକ୍ଷା ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ୟୁଜିର ୫ମ ଓ ତୃତୀୟ ୩ୟ ସେମିଷ୍ଟର ପାଇଁ ତାରିଖ ଘୋଷଣା କରାଯାଇଛି। ଉଭୟ ଶ୍ରେଣୀ ପାଇଁ ଜାନୁଆରଇ ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ ଚାଲିବ। ମାର୍ଚ୍ଚ ୧୬ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉଭୟ ଶ୍ରେଣୀଙ୍କ ସେମିଷ୍ଟର ପରୀକ୍ଷା କରାଯିବ। ଉଭୟ ସେମିଷ୍ଟର ଫଳାଫଳ ଏପ୍ରିଲ ୩୦ ସୁଦ୍ଧା ପ୍ରକାଶ ପାଇବ। ଏପ୍ରିଲ ୨ରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର କ୍ଲାସ ହେବ। ଜୁନ ୧୬ରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ୟୁଜି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷା କରାଯିବ। ୟୁଜି ଓ ପିଜିର ଶେଷ ସେମିଷ୍ଟର ଫଳାଫଳ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତିରେ ପ୍ରକାଶ କରିଛି।

କଲେଜ ଓ ବିଶ୍ୱବିଦ୍ୟାଳୟ ଛତ୍ରଛାତ୍ରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୟୁଜି ଓ ପିଜି ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ପିଏଚ୍‌ଡି ଓ ଏମ୍‌ଫିଲ୍‌ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ବି ଖୋଲିବ ହଷ୍ଟେଲ। ଜାନୁଆରି ୧୦ରୁ ହଷ୍ଟେଲ ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ ଗାଇଡଲାଇନ ଅନୁସାରେ ହଷ୍ଟେଲ ଖୋଲିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

Leave A Reply

Your email address will not be published.