ପିପିଲି ବିଧାନସଭା ଉପନିର୍ବାଚନ: ଅଜିତ ମଙ୍ଗରାଜ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ବର, ୨୯।୩: ବିଜେପି ଓ ବିଜେଡି ପରେ କଂଗ୍ରେସ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଜିତ ମଙ୍ଗରାଜ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସୂଚନା ରହିଛି। ପୁରୀ ଜିଲ୍ଲା ସଭାପତି ହେଉଛନ୍ତି ଅଜିତ ମଙ୍ଗରାଜ। ୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ।

ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତିନି ସମ୍ଭାବ୍ୟ ପ୍ରାର୍ଥୀ ଅଜିତ ମଙ୍ଗରାଜ, ପୂର୍ଣ୍ଣ ସ୍ୱାଇଁ ଓ ନିଶିକାନ୍ତ ମିଶ୍ରଙ୍କ ନାଁ ଘୋଷଣା କରିଥିଲେ। ପୁରୁଣା ଚେହେରାକୁ ବିଶ୍ୱାସ ରଖି ପିପିଲି ମୈଦାନରେ କଂଗ୍ରେସ ନିର୍ବାଚନ ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି। ସେଥିପାଇଁ ବୋଧହୁଏ ବାକି ଦୁଇ ସମ୍ଭାବ୍ୟଙ୍କ ନାଁ ଉପରେ ଏଆଇସିସି ଭରସା କରିପାରି ନାହିଁ।

Comments are closed.