ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିକୁ ନେଇ ଆସନ୍ତା ୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ୨୮/୧୦: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଲାଣି ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ପ୍ରସ୍ତୁତି ପର୍ବକୁ ତ୍ୱରାନ୍ୱିତ କରିବା ପାଇଁ ଆସନ୍ତା ୬ ତାରିଖ ଦିନ ୧୧ଟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଏଥିରେ ଉପସ୍ଥିତ ରହିବାକୁ ସମସ୍ତ ରାଜନୈତିକ ଦଳକୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତିପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ୨୦୨୨ରେ ନିର୍ବାଚନ ହେବ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ସରିବ ନିୟମାନୁସାରେ କାର୍ଯ୍ୟକାଳ ସରିବା ପୂର୍ବରୁ ନିର୍ବାଚନ ହେବା ଆବଶ୍ୟକ ଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଗୁଡ଼ିକର ସର୍ବଦଳୀୟ ବୈଠକ ଡାକି ବିଚାର ବିମର୍ଷ କରିବାକୁ ସ୍ଥିର କରିଛନ୍ତି ସର୍ବଦଳୀୟ ବୈଠକରେ ସଂପୃକ୍ତ ଦଳର ସଭାପତି କିମ୍ବା ସମ୍ପାଦକ ଅଥବା ପ୍ରାଧିକୃତ ପ୍ରତିନିଧି ଯୋଗ ଦେଇପାରିବେ କୋଭିଡ କଟକଣା ଲାଗୁଥିବାରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ସର୍ବାଧିକ ୨ ଜଣ ପ୍ରତିନିଧି ବୈଠକରେ ଉପସ୍ଥିତ ରହିପାରିବେ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ସୂଚନା ଦେଇଛନ୍ତି

Comments are closed.