ଆସନ୍ତା ୯ରେ ଓଡ଼ିଶା ଆସିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୫।୧୧: କୋଟିଆ ସୀମା ବିବାଦ ନେଇ  ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଏ ପ୍ରସଙ୍ଗରେ ଆଲୋଚନା କରିବେ। ଏହି ସାକ୍ଷାତକାରରେ ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଉପରେ ବିଶେଷ ଭାବେ ଆଲୋଚନା ହେବ ବୋଲି ସୂଚନା ମିଳିଛି। କୋରାପୁଟର କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି। ସୀମାବର୍ତୀ ଗାଁକୁ ନେଇ ଟଣାଓଟରା ଚାଲିଛି। ଏପରିକି ଆନ୍ଧ୍ର ନିଜ ଅଞ୍ଚଳ ଦାବି କରି ପଂଚାୟତ ନିର୍ବାଚନ ମଧ୍ୟ କରିଛି । ଏହାକୁ ବିରୋଧ କରିଆସୁଛି ଓଡ଼ିଶା।  ମାମଲା ମଧ୍ୟ ସୁପ୍ରିମକୋର୍ଟକୁ ଯାଇଛି।  ତେବେ ଏ ନେଇ କୌଣସି ସମାଧାନର ରାସ୍ତା ବାହାରି ପାରିନି। ଅନେକ ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି। ସେହିପରି ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳକୁ ନେଇ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ବିବାଦ ରହିଛି। ସୀମା ବିବାଦ ତୀବ୍ର ହେଉଥିବା ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ଗସ୍ତକୁ ଗୁରୁତର ସହ ନିଆଯାଉଛି ।

 

Comments are closed.