ଭୁବନେଶ୍ୱର ରେଲୱେ ଷ୍ଟେସନରେ ଲାଗିଲା ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଓ ପରିଚାଳନା ଆକସେସ୍ ସିଷ୍ଟମ୍ ସ୍ଥାପିତ

0

ଭୁବନେଶ୍ବର, ୨୨।୬: ରେଳଯାତ୍ରୀ ଓ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଓ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ସ୍ଥାପିତ ହୋଇଛି। ଏଟିଏମ୍ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି); ଯାହା ଯାତ୍ରୀମାନଙ୍କର ତାପମାତ୍ରା ଯାଞ୍ଚ ପାଇଁ ଫଳପ୍ରଦ ସ୍କ୍ରିନିଂ ଓ ପ୍ରବେଶ ତଥା ପ୍ରସ୍ଥାନ ରାସ୍ତାରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ।

ଏଟିଏମ୍ଏ ସିଷ୍ଟମ୍‌ରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇଆର୍‌ସିଟିସି  ଆଧାରିତ ଟ୍ରେନ୍ ଟିକେଟ୍‌ର  କ୍ବିଆର୍ କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍, ଗୋଟିଏ ସ୍ପିକର, ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପିଏନ୍ଆର୍ ( PNR) ନମ୍ବର କହିପାରିବେ, ଏକ ତାପମାତ୍ରା ସ୍କାନର୍ ଯାହାଦ୍ଵାରା ତାପମାତ୍ରା ମପା ଯାଇପାରିବ ଏବଂ ଏଥିରେ ଲାଗିଥିବା କ୍ୟାମେରା ଯାତ୍ରୀ ମାସ୍କ ପିନ୍ଧିଛନ୍ତି କି ନାହିଁ; ତାହା ନିଶ୍ଚିତ କରିବ। ନିୟୋଜିତ ଟିକେଟ୍ ଯାଞ୍ଚ  କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯାଞ୍ଚ କରିପାରିବେ ଯାହା ଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଓ କୋଭିଡ ସଂକ୍ରମଣର ବୃଦ୍ଧିକୁ ମଧ୍ୟ ରୋକା ଯାଇପାରିବ।

ଭୁବନେଶ୍ୱର ରେଳ ଷ୍ଟେସନରେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର) ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) ଦ୍ଵାରା ଏହି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଯୋଗାଇ ଦିଆଯାଇଛି ।

ଭବିଷ୍ୟତରେ ଆଉ ଏକ ଏଟିଏମ୍ଏ ସିଷ୍ଟମ ପିପିଏଲ ଦ୍ୱାରା ପୁରୀ ରେଳ ଷ୍ଟେସନରେ ଏବଂ ଭିସା ଷ୍ଟିଲ ଲିମିଟେଡ, କଳିଙ୍ଗ ନଗର, ଯାଜପୁର ଦ୍ୱାରା ଯାଜପୁର-କେନ୍ଦୁଝର ରେଳ ଷ୍ଟେସନରେ ସ୍ଥାପନ କରାଯିବ। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ କର୍ପୋରେଟ୍ ସେଟ୍‌ଅପ୍ ସହିତ ପରାମର୍ଶ କରି ଖୋର୍ଦ୍ଧା ରୋଡ ମଣ୍ଡଳ ଏହି ଅଭିନବ ଯୋଜନା ସ୍ଥାପନା କରିଛି।

Leave A Reply

Your email address will not be published.