ପରଲୋକରେ ବାପି ଲାହିରି

ଭୁବନେଶ୍ବର, ୧୬।୨: ପ୍ରସିଦ୍ଧ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ତଥା ଡିସ୍କୋ କିଙ୍ଗ ବାପି ଲାହିରି ଆଉ ନାହାନ୍ତି। ମୁମ୍ବାଇର ଜୁହୁର କ୍ରିଟିକେୟାର ହସ୍ପିଟାଲରେ ବାପି ଦା’ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କ୍ରିଟିକେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଭାରତରେ ‘ଡିସ୍କୋ କିଙ୍ଗ’ ଭାବରେ ଜଣାଶୁଣା ବାପି ଲାହିରି ୧୯୫୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ କଲିକତାରେ ଶାସ୍ତ୍ରୀୟ ସଙ୍ଗୀତରେ ସମୃଦ୍ଧ ପରମ୍ପରା ଥିବା ଏକ ପରିବାରର ଥିଲେ। ସେ ୧୯ ବର୍ଷ ବୟସରେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ବାପା ଆପରେଶ ଲାହିରି ଜଣେ ପ୍ରସିଦ୍ଧ ବଙ୍ଗୀୟ ଗାୟକ ଏବଂ ତାଙ୍କ ମା’ ବଂସାରୀ ଲାହିରି ଜଣେ ସଂଗୀତଜ୍ଞ-ଗାୟିକା ଥିଲେ। ବାପି ବଙ୍ଗଳା ଫିଲ୍ମ ‘ଦାଦୁ’ରେ ଗୀତ ଗାଇବା ପାଇଁ ପ୍ରଥମ ସୁଯୋଗ ପାଇଥିଲେ। ପ୍ରଥମ ହିନ୍ଦୀ ଫିଲ୍ମ ନହ୍ନା ଶିକାରୀ ପାଇଁ ସେ ସଂଗୀତ ରଚନା କରିଥିଲେ। ସେ ବଲିଉଡ ଫିଲ୍ମ ‘ଜଖ୍ମୀ’ ରୁ ନିଜର ପରିଚୟ ସୃଷ୍ଟି କରିଥିଲେ।

Comments are closed.