ବର୍ଷାଙ୍କୁ ଝଟ୍‌କା, ଅନୁଭବଙ୍କ ପୈତୃକ ଘର ଛା ଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ

କଟକ, ୨।୬: ଚର୍ଚ୍ଚିତ ଓଲିଉଡ୍‌ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ଆଜି ଏକ ଭିନ୍ନ ମୋଡ଼ ନେଇଛିଅନୁଭବଙ୍କ ପତ୍ନୀ ବର୍ଷା ଶାଶୁ ଘର ଛାଡ଼ି ଅନ୍ୟତ୍ର ରହିବେ। ଘରଭଡ଼ା ପାଇଁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ। ଆସନ୍ତା ୨ ମାସ ଭିତରେ ନିର୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି।

 ଗତ ମାସ ୨୪ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି  କଟକ ଏସ୍‌ଡିଜେଏମ୍ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ କି, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡ଼ା ଘରର ବ୍ୟବସ୍ଥା କରିବେ ସେ ବାବଦୀୟ ଖର୍ଚ୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି ଯେହେତୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ତେଣୁ ତାଙ୍କ ଚିକିତ୍ସା ଲାଗି ସେମାନଙ୍କୁ ନିଜ ଘରେ ରହିବାର ଆବଶ୍ୟକତା ରହିଛିସୂଚନାଯୋଗ୍ୟ  ବର୍ଷାଙ୍କ ସହ ବିବାଦ ହେବା ପରଠାରୁ ଅନୁଭବ ତାଙ୍କ ବାପା, ମାଓ ସାନ ଭାଇଙ୍କ ସହ ଅନ୍ୟତ୍ର ଘର ଭଡ଼ା ନେଇ ରହୁଛନ୍ତି

Comments are closed.