ଗଲୱାନ ବୀର କର୍ଣ୍ଣେଲ ସନ୍ତୋଷଙ୍କୁ ମହାବୀର, ଓଡ଼ିଆ ସହିଦଙ୍କୁ ବୀର ଚକ୍ର ପୁରସ୍କାର

0

ନୂଆଦିଲ୍ଲୀ, ୨୫।୧: ଦେଶର ସୀମା ସୁରକ୍ଷା ପାଇଁ ଚାଇନାର ଯବାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋୱ ବାବୁଙ୍କୁ ଭାରତ ସରକାର ଦେଶର ଦ୍ୱିତୀୟ ୱାରଟାଇମ ବୀରତ୍ୱ ପଦକ ମରଣୋତ୍ତରମହାବାରୀ ଚକ୍ର’ରେ ସମ୍ମାନିତ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତକାଲିର ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆଜି ଏହି ଘୋଷଣା କରାଯାଇଛି। ସେହିପରି ଗଲୱାନ ଘାଟିରେ ସହିଦ ହୋଇଥିବା ଓଡ଼ିଆ ଯବନା ନନ୍ଦୁରାମ ସୋରେନଙ୍କୁ ତୃତୀୟ ୱାରଟାଇମ ବୀରତ୍ୱ ପଦକ ବୀର ଚକ୍ର ମିଳିଛି। ନନ୍ଦୁରାମଙ୍କ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ। ନନ୍ଦୁରାମଙ୍କ ବ୍ୟତୀତ ହାବିଲଦର କେ ପଲାନି, ସିପାହୀ ଗୁରତେଜ ସିଂହ, ହାବିଲଦାର ତେଜନ୍ଦର ସିଂହ, ଧଓ ନାଏକ ଦୀପକ ସିଂହଙ୍କୁ ମଧ୍ୟ ବୀର ଚକ୍ର ପଦକ ପାଇଁ ମନୋନୀତ କରାଯାଇଛି। କେବଳ ହାବିଲଦାର ତେଜନ୍ଦର ସିଂହଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ମରଣୋତ୍ତର ବୀର ଚକ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିବେ।

ଅନ୍ୟପକ୍ଷରେ ଜମ୍ମୁକଶ୍ମୀରରେ ୨୦୨୦ ମେମାସରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ମେଜର ଅନୁଜ ସୁଦଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ମିଳିଛି। ସୁବେଦାର ସଞ୍ଜୀବ କୁମାରଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ର ପଦରେ ସମ୍ମାନିତ କରାଯାଇଛି। ସେ ୨୦୨୦ ମସିହା ଏପ୍ରିଲ ମାସରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀ ସହ ଲଢ଼ିଇ କରି ସହିଦ ହୋଇଥିଲେ।

ଗତବର୍ଷ ଜୁନ୍୧୫ରେ ଭାରତ ଚାଇନାର ଯବାନଙ୍କ ମଧ୍ୟରେ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ବିହାର ରେଜିମେଣ୍ଟର ୧୯ ଯବାନ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହୋଇଥିଲେ। ସେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ। ଏଥିପାଇଁ ତାଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରିବା ପାଇଁ ସେନା ପକ୍ଷରୁ ସୁପାରିସ କରାଯାଇଥିଲା। ଦେଶର ସର୍ବୋଚ୍ଚ ୱାରଟାଇମ ବୀରତ୍ୱ ପଦକ ହେଉଛି ପରମବୀର ଚକ୍ର, ଏହାପରେ ମହାବାରୀ ଚକ୍ର ତୃତୀୟରେ ବୀର ଚକ୍ର ପଦକ।

ଘଟଣା ଦିନ ଚାଇନାର ଯବାନମାନେ ଗଲୱାନ ଉପତ୍ୟକାରେ ଥିବା ପ୍ୟାଟ୍ରୋଲିଂ ପଏଣ୍ଟ ୧୪ରେ ଚାଇନା ସେନା ନିର୍ମାଣ କାମ କରୁଥିଲେ। ଏହାକୁ ରୋକିବା ପାଇଁ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହ ଭାରତୀୟ ଯବାନ ପହଞ୍ଚିଥିଲେ। ଏହାପରେ ସେଠାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତ ୨୦ ଯବାନ ସହିଦ ହୋଇଥିବା ବେଳେ ଚାଇନାର ମଧ୍ୟ ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ। କିନ୍ତୁ ଚାଇନା ଏଯାଏ ମୃତାହତଙ୍କ ସଂଖ୍ୟା କହିନାହିଁ। ସେହିପରି ଶାନ୍ତି ସମୟର ସର୍ବୋଚ୍ଚ ବୀରତ୍ୱ ପଦକ ହେଉଛି ଅଶୋକ ଚକ୍ର, ଏହାପରେ କୀର୍ତ୍ତି ଚକ୍ର ଶେଷରେ ସୌର୍ଯ୍ୟ ଚକ୍ର ପଦକ ମିଳିଥାଏ।

Leave A Reply

Your email address will not be published.