ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ଏସ୍‌ଆର୍‌ସି

ଭୁବନେଶ୍ବର, ୨୧।୮: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା। ଝାଡ଼ଖଣ୍ଡର ଗାଲୁଢ଼ି ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ହେବାର ଆଶଙ୍କା ରହିଛି। ମୟୁରଭଞ୍ଜର କିଛି ସ୍ଥାନ, ବାଲେଶ୍ଵରର ବାଲେଶ୍ଵର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।

ସେ କହିଛନ୍ତି, ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନ୍‌ଡିଆରଏଫ୍‌ ୧୪୦ଟି ଅପରେସନ ଟିମ ରହିବ ବାଲେଶ୍ଵର ଜିଲ୍ଲାରେ। ବର୍ତ୍ତମାନ ଆମେ ଉଦ୍ଧାର କାର୍ଯ୍ୟରେ ଲାଗିଛୁ। ଏହାପରେ ରିଲିଫ କାର୍ଯ୍ୟକୁ ଯିବୁ। ୨୦୦୮ଠାରୁ ବି ବଡ଼ ବନ୍ୟା ସୁବର୍ଣ୍ଣରେଖା ଅଵବାହିକାରେ ହେବାକୁ ଯାଉଛି। ତେଣୁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ରାଜ୍ୟ ସରକାର ପଠାଇଛନ୍ତି ସେହି ଅଞ୍ଚଳକୁ। ସେ ଅଞ୍ଚଳରେ ସମସ୍ତ ଜନ ପ୍ରତିନିଧିମାନଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ ‌କାମ କରୁଛନ୍ତି । ବାଲେଶ୍ଵର ଜିଲ୍ଲାରେ ଅପରାହ୍ନରୁ ଜଣା ପଡ଼ିବ ବନ୍ୟାର ପ୍ରକୋପ। ଏହି ପିକ ଫ୍ଲଡ଼ର ପ୍ରଭାବ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ବର୍ତ୍ତମାନ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରି ନାହିଁ । ଏବଂ କିଛି ସ୍ଥାନରେ ପାଣି ଖସିବା ଆରମ୍ଭ କରିଛି । ତେଣୁ ବୁଢ଼ାବଳଙ୍ଗ ରେ କିଛି ସେପରି ସ୍ଥିତି ହେବ ନାହିଁ ।
ବୈତରଣୀ ବିପଦ ସଙ୍କେତଠୁ ଗୋଟିଏ ମିଟର ଅଧିକ ପାଣି ଅତିକ୍ରମ କରୁଛି। ଆଖୁଆପଦା ଠାରେ କିଛି ସମୟ ପରେ ପାଣି ଖସିବା ଆରମ୍ଭ ହେବ। କାଣି ନଦୀରେ ହୋଇଥିବା ଘାଇ ମରାମତି ହୋଇ ପାରିନ ଥିଲା ପୁଣି ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ କରିଛି। ବୈତରଣୀ ପାଇଁ ଆମେ ଯାଜପୁର ଓ ଭଦ୍ରକକୁ ଆଲର୍ଟରେ ରଖିଛୁ। ମହାନଦୀରେ ୧ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି  ଏବଂ ୧ ଲକ୍ଷ ୬ ହଜାର ଛାଡୁଛୁ । ୬୨୧.୦୮ ରହିଛି ହୀରାକୁଦର ଜଳସ୍ତର। ତେବେ ଆସନ୍ତାକାଲି ମଧ୍ୟ ପାଣି ଅଧିକ ଆସିବାର ଆଶଙ୍କା ନାହିଁ। ତେଲ ନଦୀରେ ୨ ଲକ୍ଷ ୬୬ ହଜାର କ୍ୟୁସେକ ପାଣି ଆସୁଛି। ଖଇରମାଲଠାରେ ୪ ଲକ୍ଷ ୫୬ ହଜାର କ୍ୟୁସେକ ପାଣି ରହିଛି। ଏହା ମୁଣ୍ଡଳୀରେ ୫ ଲକ୍ଷ ରୁ ୫.୫୦ ହଜାର କ୍ୟୁସେକ ହେବ। ଆମେ ଚାହୁନାହୁଁ ଯେ ମୁଣ୍ଡଳୀରେ ଅଧିକ କ୍ୟୁସେକ ପାଣି ପାସ କରୁ। ଏଥର ମୁଣ୍ଡଳୀରେ ବହୁତ ସ୍ଲୋ ପାଣି ଖସୁଛି। ବର୍ତ୍ତମାନ ବି ୮ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ କରୁଛି। ବ୍ରାହ୍ମଣୀ ଉପରେ ତୀକ୍ଷଣ ନଜର ରଖାଯାଇଛି। ଆମେ କାହାର ତଥ୍ୟ ଉପରେ ଭରସା କରୁନୁ। ସେମାନେ ତଥ୍ୟ ଦେଲେ ବହୁତ୍ ଭଲ ନଦେଲେ ବି ଆମେ ନିଜେ ସଂଗ୍ରହ କରିଦେଉଛୁ। ସିଡବ୍ଲୁସି ତଥ୍ୟ ଓ ଆମ ଅଫିସର ଦେଉଥିବା ତଥ୍ୟକୁ ନେଇ ଆମେ ଖବର ରଖୁଛୁ।

 

Comments are closed.