୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର, ୨୯।୫: ସମସ୍ତ କଳ୍ପନା ଜଳ୍ପନାର ଘଟାଇ ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୁଣି ରାଜ୍ୟସଭାକୁ ଯିବେ ସସ୍ମିତ ପାତ୍ର। ସେହିପରି ସୁଲତା ଦେଓ, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ଏହି ୪ଜଣଙ୍କୁ ବିଜେଡି ପକ୍ଷରୁ ଆଗାମୀ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରାଯାଇଛି। ବର୍ତ୍ତମାନ ଓଡ଼ିଶା କୋଟାରୁ ୪ଟି ଆସନ ଖାଲି ରହିଛି ।

ପ୍ରକାଶ ଥାଉକି, ବର୍ତ୍ତମାନ ଓଡ଼ିଶା କୋଟାରୁ ରାଜ୍ୟସଭାରେ ୪ଟି ଆସନ ଖାଲି ରହିଛି। ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚେହେରା ଏନ୍. ଭାସ୍କର ରାଓ, ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଥିବା ବେଳେ କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ୪ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି।

Comments are closed.