ରାଜ୍ୟ କାର୍ଯ୍ୟକାରିଣୀରେ କେନ୍ଦ୍ର ଟାର୍ଗେଟରେ

0

ଭୁବନେଶ୍ବର, ୨୦।୧୨: ଚାଲିଛି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି। ବୈଠକର ରାଜନୈତିକ ପ୍ରସ୍ତାବରେ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଛି। ଦଳ କହିଛି କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ । ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଲଢ଼େଇ ଜାରି ରହିବ ବୋଲି କୁହାଯାଇଛି। ସେହିପରି କାର୍ଯ୍ୟକାରିଣୀ ବୈଠକରେ ୮ଟି ସଂଶୋଧନ ଉପରେ ପ୍ରସ୍ତାବ ରହିଛି । ୨୦୧୦ରେ ବିଜେଡି ସମ୍ବିଧାନ ସଂଶୋଧନ ହୋଇଥିଲା । କିଛି ସମୟ ପରେ ସମ୍ବୋଧନ କରିବେ ବିଜେଡି ସୁପ୍ରିମୋ । ଏଥିରେ ଆଗାମୀ ଦିନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ। ସେହିପରି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ କରାଯିବ ।

୧୮ ତାରିଖରେ ବିଜେଡିର ଯୁବ କାର୍ଯ୍ୟକାରିଣୀ ଓ ଆଜି ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ । ଉଭୟ ବୈଠକରେ ବିଶେଷ ଭାବେ ପୁଣି ଥରେ କେନ୍ଦ୍ର ଅବହେଳାକୁ ଗୁରୁତ୍ୱ ଦେଇଛି ଦଳ । ବିରୋଧୀ ଏହାକୁ ବିଜେଡିର ପାରମ୍ପାରିକ ରଣ କୌଶଳ କହୁଥିବା ବେଳେ ରାଜ୍ୟର ବିକାଶ ଦିଗରେ କେନ୍ଦ୍ର ଅବହେଳାର ବାସ୍ତବ ଚିତ୍ର ଲୋକମାନଙ୍କ ଆଗରେ ରଖିବାକୁ ଚାହୁଁଛି ବିଜେଡି । ୫ ପାଳିର ଶାସନ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସହଯୋଗ କରିଛି । ହେଲେ ରାଜ୍ୟର ସାଂସଦ ମାନେ ଯେଭଳି ଭାବେ କେନ୍ଦ୍ରରୁ ନିଜ ରାଜ୍ୟର ହକ୍ ଆଣିବା କଥା ସେଥିରେ ସେମାନେ ବିଫଳ ହୋଇଛନ୍ତି । ଯେମିତି କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ। ଜିଏସଟିରୁ ରାଜ୍ୟ ଭାଗ ଭଳି କ୍ଷେତ୍ରରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କର ସଠିକ୍ ପ୍ରାପ୍ୟ ପାଇ ପାରି ନାହାନ୍ତି ।

Leave A Reply

Your email address will not be published.