ବିଦେଶରୁ ପ୍ରଥମ ଥର ପାଇଁ ବସିଲା କ୍ୟାବିନେଟ୍ ବୈଠକ, ୭ଟି ପ୍ରସ୍ତାବରେ ବାଜିଲା ମୋହର

0

ଭୁବନେଶ୍ଵର,୯/୦୪ : ବିଦେଶରୁ ପ୍ରଥମ ଥର ପାଇଁ ବସିଲା ଡିଜିଟାଲ୍ କ୍ୟାବିନେଟ୍ ବୈଠକ। ଓଡ଼ିଶାଠାରୁ ୬ ହଜାର କିଲୋମିଟର ଦୂରରେ ଥିବା ଜାପାନର କାଇଟୋରୁ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶାସନ ବ୍ୟବସ୍ଥାର ଫଳପ୍ରଦତା ତଥା ଜନସେବା ପ୍ରଦାନରେ ଆମର 5T ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାରେ ଆମେ ଅଗ୍ରଣୀ ଅଟୁ। ଉତ୍ତମ ଶାସନ ତଥା ସାଧାରଣ ସାମଗ୍ରୀ ଏବଂ ସେବା ବିତରଣରେ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜି ଏକ ସକ୍ଷମ ଉପକରଣ ଭାବରେ କାର୍ଯ୍ୟ କରିଛି।

ସୂଚନାନୁଯାୟୀ, ଏହି କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବରେ ମୋହର ବାଜିଛି। ଏଫ୍‌ପିଓ ପାଇଁ ସହାୟତା ପାଣ୍ଠି, ଓଡ଼ିଶା ପରିବାର ପାଇଁ ଖୋଲିବ ନୂଆ ନିର୍ଦ୍ଦେଶାଳୟ, ରାଜ୍ୟ ବାହାରେ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ନିର୍ଦ୍ଦେଶାଳୟ, ୭ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏତଦ୍ ବ୍ୟତୀତ ବଲାଙ୍ଗୀରରେ ୬ଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ, ବଲାଙ୍ଗୀର, ପୁଇଁତଳା, ଆଗଲପୁର, ଲୋଇସିଂହାରେ ପ୍ରକଳ୍ପ, ଦେଓଗାଁ, ତୁରେଇକେଲା ଓ ମୁରିବାହାଲରେ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

Leave A Reply

Your email address will not be published.