କ୍ୟାରିୟର୍ ୩୬୦ ରାକିଙ୍ଗସ୍ : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ

ଭୁବନେଶ୍ୱର, ୨୭/୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ ଭାବେ ମାନ୍ୟତା ହାସଲ କରିଛି ୨୦୨୨-୨୩ ବର୍ଷ ନିମନ୍ତେ ନିକଟରେ ପ୍ରକାଶିତ କ୍ୟାରିୟର୍ ୩୬୦ ରାଙ୍କିଂରେ ଏହି ସ୍ଥାନ ହାସଲ କରିଛି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ରାଙ୍କିଙ୍ଗସ ଅନୁଯାୟୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ୍ କଲେଜର ସମ୍ମାନ ହାସଲ କରିଛି

ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଡେଣ୍ଟାଲ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍‌ସେସ୍ ଏହି ରାଙ୍କିଙ୍ଗସରେ ଦେଶର ଶ୍ରେଷ୍ଠ ୭ମ ଡେଣ୍ଟାଲ କଲେଜର ମାନ୍ୟତା ହାସଲ କରିଛି ଏହି ରାଙ୍କିଙ୍ଗସରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏଏଏଏ+ ରେଟିଂ ହାସଲ କରିଛିଛାତ୍ରଛାତ୍ରୀମାନଙ୍କ ଗୁଣାବତ୍ତା, ଶିକ୍ଷା ପଦ୍ଧତି, ଗବେଷଣା, ଭିତ୍ତିଭୂମି ଓ ଏହାର ପ୍ରଭାବ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ରାଙ୍କିଙ୍ଗସ ପ୍ରସ୍ତୁତ କରାଯାଇଥିଲା

Comments are closed.