ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା ସିବିଆଇ ଟିମ

0

ଭୁବନେଶ୍ୱର, ୫/୬: କେଉଁ ପରିସ୍ଥିତିରେ ବାଲେଶ୍ବର ବାହାନାଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଲା, କେଉଁମାନେ ଦାୟୀ; ତାହାର ତନ୍ନତନ୍ନ କରି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)। ଗତକାଲି ତଦନ୍ତ ପାଇଁ ସିବିଆଇକୁ ଭାରତୀୟ ରେଳବାଇ ବୋର୍ଡ ସୁପାରିଶ କରିଥିବାବେଳେ ଆଜି ସିବିଆଇର ଦଶଜଣିଆ ଟିମ ବାହାନଗାରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଡିଆରଏମ ରିଙ୍କେସ ରାୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଡାଟା ଲକର୍ ଅନୁଯାୟୀ ସିଗ୍ନାଲ ଗ୍ରୀନ ଥିଲା, ଏହା ଟେକ୍ନିକାଲ ଭାବେ ସମ୍ଭବ ନୁହେଁ। ଏହାକୁ କେହି କ୍ଷତି କରିବାକୁ ଚେଷ୍ଟା କରିଛି। ଆଜି ସିବିଆଇର ୧୦ ଜଣିଆ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ରିଙ୍କେସ କହିଛନ୍ତି ଯେ ଦୁଇ ଜଣ ଲୋକୋ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଉଭୟ ଏବେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୧୧୦୦ ପ୍ୟାସେଞ୍ଜର ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସୁସ୍ଥ ହୋଇ ଅଧିକାଂଶ ଫେରିଯାଇଛନ୍ତି ଓ ବର୍ତ୍ତମାନ ୨୦୦ରୁ କମ ଲୋକଙ୍କ ଚିକିତ୍ସା ଚାଲିଛି। ରେଲୱେ ପକ୍ଷରୁ ମୃତଦେହ ଖୋଜା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଏହି ଦୁଇଟି ହେଲ୍ପଲାଇନ ନମ୍ୱର ହେଉଛି ୮୪୫୫୮୮୫୯୯୯ , ୦୬୭୪ ୨୫୩୪୦୨୭। ୧୭୭ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବାବେଳେ ଆଉ ୧୦୦ ଏବେ ପର୍ଯ୍ୟନ୍ତ ଚିହ୍ନଟ ହୋଇନାହାନ୍ତି। ଓଡ଼ିଶା , ପଶ୍ଚିମବଙ୍ଗ, ତେଲେଙ୍ଗାନା, ଛତିଶଗଡ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟର ଯାତ୍ରୀ ଯାତ୍ରା କରୁଥିଲେ।

 

Leave A Reply

Your email address will not be published.