ପ୍ରକାଶ ପାଇଲା ସିବିଏସ୍ଇ‌ ଦଶମ ପରୀକ୍ଷା ଫଳ

ଏଥର ଛାତ୍ରୀଙ୍କ ବାଜିବାତ୍‌, ୯୯.୨୪% ଛାତ୍ରୀ ଓ ୯୮.୮୯ ଛାତ୍ର ପାସ୍

0

ନୂଆଦିଲ୍ଲୀ, ୩।୮: ଆଜି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ରହିଛି ୯୯.୦୪ ପ୍ରତିଶତ। ଏ ବର୍ଷ ୯୯.୨୪ ପ୍ରତିଶତ ଛାତ୍ରୀ ଓ ୯୮.୮୯ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଛାତ୍ରଙ୍କ ତୁଳନାରେ ୦.୩୫ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି। ସିବିଏସ୍‌ଇ ଦଶମରେ ମୋଟ୍ ୨୦ ଲକ୍ଷ ୯୭ ହଜରେ ୧୨୧ ପରୀକ୍ଷା ଦେଇଥିବା ବେଳେ ୨୦,୭୬,୯୯୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ କରିଛନ୍ତି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ନୀତି ଆଧାରରେ ଫଳ ପ୍ରକାଶ ପାଇଛି। କରୋନାର ଦ୍ବିତୀୟ ଲହର ପାଇଁ ମେ’ ୪ରେ ଆରମ୍ଭ ହେବାକୁ ଥିବା ସିବିଏସଇ ଦଶମ ପରୀକ୍ଷା ବନ୍ଦ ହୋଇଯାଇଥିଲା। ଏହା ପରେ ବୋର୍ଡ ଦ୍ବାରା ବିକଶିତ ଏକ ଅବଜେକ୍ଟିଭ୍ ମାନଦଣ୍ଡ ଆଧାରରେ ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରାଯାଇଛି।

ଛାତ୍ରଛାତ୍ରୀମାନେ https://cbseresults.nic.in କିମ୍ବା https://cbse.gov.in କିମ୍ବା ଡିଜିଲକର ସାହାଯ୍ୟରେ ନିଜର ଫଳାଫଳ ପାଇ ପାରିବେ। ନିଜ ରୋଲ ନମ୍ବର ପାଇବା ପାଇଁ ଛାତ୍ରଛାତ୍ରୀମାନେ ସିବିଏସଇ ଦ୍ୱାରା ନିର୍ମିତ ‘ରୋଲ୍ ନମ୍ବର ଫାଇଣ୍ଡର୍- ୨୦୨୧’ ପୋର୍ଟାଲ୍ ମାଧ୍ୟମରେ ସେମାନଙ୍କର ରୋଲ୍ ନମ୍ବର ପାଇପାରିବେ।

ରୋଲ୍ ନମ୍ବର ପାଇବା ପରେ

୧. ସିବିଏସ୍‌ଇର ଅଫିସିଆଲ୍ ୱେବସାଇଟ୍, cbseresults.nic.in କୁ ଯାଆନ୍ତୁ।

୨. ମୂଳପୃଷ୍ଠାରେ, ‘ସିବିଏସଇ ଦଶମ ଶ୍ରେଣୀ ଫଳାଫଳ ୨୦୨୧’ ଲିଙ୍କରେ କ୍ଲିକ୍ କରନ୍ତୁ।

୩. ଏହା ପରେ ଆପଣ ଏକ ନୂତନ ପୃଷ୍ଠାକୁ ପ୍ରବେଶ କରିବେ।

୪. ନୂତନ ପୃଷ୍ଠାକୁ ଯିବା ପରେ ପୃଷ୍ଠାରେ ଆପଣଙ୍କର ନାମ, ରୋଲ୍ ନମ୍ବର, ଏବଂ ଜନ୍ମ ତାରିଖ ପ୍ରବେଶ କରନ୍ତୁ।

୫. ଏହା ପରେ ଆପଣଙ୍କର ପରୀକ୍ଷା ଫଳାଫଳ ସ୍କ୍ରିନ ଉପରେ ଆସିଯିବ।

୬. ଭବିଷ୍ୟତର ରେଫରେନ୍ସ ପାଇଁ ଫଳାଫଳର ଏକ ପ୍ରିଣ୍ଟଆଉଟ୍ ଡାଉନଲୋଡ୍ କରନ୍ତୁ।

ଡିଜିଲକରରେ ଫଳ ପାଇବା ପାଇଁ

୧. ଅଫିସିଆଲ୍ ୱେବସାଇଟ୍ digilocker.gov.in କୁ ଯାଆନ୍ତୁ।

୨. ମୂଳପୃଷ୍ଠାରେ, ‘ଏଜୁକେସନ’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।

୩. ଏହା ପରେ ସିବିଏସଇ ଉପରେ କ୍ଲିକ୍ କରନ୍ତୁ।

୪. ସିବିଏସଇ କ୍ଲାସ୍ ୧୦ ମାର୍କସିଟ୍ ୨୦୨୧ ଡାଉନଲୋଡ୍ କରିବାର ବିକଳ୍ପ ଚୟନ କରନ୍ତୁ।

୫. ଆପଣଙ୍କର କ୍ଲାସ୍ ୧୦ ରୋଲ୍ ନମ୍ବର ଏବଂ ଅନ୍ୟାନ୍ୟ ପରିଚୟପତ୍ର ସହିତ ଆପଣଙ୍କ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ।

୬. ଏହା ପରେ ଆପଣଙ୍କର ୧୦ମ ଶ୍ରେଣୀ ଫଳାଫଳ ଡାଉନଲୋଡ୍ କରନ୍ତୁ।

Leave A Reply

Your email address will not be published.