ଦେଶର ୨୪ଟି ବିଶ୍ବବିଦ୍ୟାଳୟ ହେଉଛି ବେଆଇନ: ୟୁଜିସି

ନୂଆଦିଲ୍ଲୀ, ୩।୮: ଦେଶର ୨୪ଟି ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟକୁ ବେଆଇନ୍ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)। ଏସବୁ ବିଶ୍ୱବିଦ୍ୟାଳୟ ୧୯୫୬ ମାନଦଣ୍ଡର ନିୟମ ଉଲଂଘନ କରିଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ ଛାତ୍ର ସଂଗଠନ, ଅଭିଭାବକ ଓ ଗଣମାଧ୍ୟମ ପକ୍ଷରୁ ନକଲି ଶିକ୍ଷାନୁଷ୍ଠାନ ଚାଲିବା ନେଇ ଅଭିଯୋଗ ହେବା ପରେ ୟୁଜିସି ଏହି ରିପୋର୍ଟ ପ୍ରକାଶ କରିଛି। ଉତ୍ତର ପ୍ରଦେଶରେ ସବୁଠୁ ଅଧିକ ନକଲି ବିଶ୍ୱବିଦ୍ୟାଳୟ ରହିଥିବା ଜଣାପଡ଼ିଛି।

ନକଲି ବିଶ୍ୱବିଦ୍ୟାଳୟରେ ରହିଛି ବାରଣାସୀର ସଂସ୍କୃତ ବିଶ୍ୱବିଦ୍ୟାଳୟ, ମହିଳା ଗ୍ରାମ ବିଦ୍ୟାପୀଠ, ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, ଆହ୍ଲାବାଦ୍ ୟୁନିଭରସିଟି ଅଫ୍ ଇଲେକ୍ଟ୍ରୋ କମ୍ପେ୍ଲକ୍ସ ହୋମିଓପାଥି, କାନପୁର ନେତାଜୀ ସୁଭାଷଚନ୍ଦ୍ର ବୋଷ ଓପନ୍ ୟୁନିଭରସିଟି, ଅଲିଗଡର ଉତ୍ତରପ୍ରଦେଶ ବିଶ୍ୱବିଦ୍ୟାଳୟ, ମଥୁରାର ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ୱବିଦ୍ୟାଳୟ ଓ ଇନ୍ଦ୍ରପ୍ରସ୍ଥ ଶିକ୍ଷା ପରିଷଦ । ସେହିପରି ଦିଲ୍ଲୀରେ ୭ଟି ନକଲି ଶିକ୍ଷାନୁଷ୍ଠାନ ଥିବା ବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏ ନକଲି ବିଶ୍ବବିଦ୍ୟାଳୟ ରହିଥିବା ପ୍ରକାଶ ପାଇଛି। ଏହି ତାଲିକାରେ ଅଛି ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ନର୍ଥ ଓଡ଼ିଶା ୟୁନିଭରସିଟି ଅଫ୍ ଏଗ୍ରିକଲ୍ଚର ଆଣ୍ଡ୍ ଟେକ୍ନୋଲୋଜି।

Comments are closed.