ଅଗଷ୍ଟ ୧୫ରେ ଲାଲ୍‌କିଲ୍ଲାରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବେ ଭାରତୀୟ ଅଲିମ୍ପିକ୍ ଟିମ୍

ପ୍ରଧାନମନ୍ତ୍ରୀ ଦେବେ ନିମନ୍ତ୍ରଣ

ନୂଆଦିଲ୍ଲୀ, ୩।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଶକ୍ତି ପ୍ରଦର୍ଶନ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ଅଲିମ୍ପିକ ଦଳକୁ ସ୍ୱତନ୍ତ୍ର ଅତିଥି ଭାବେ ଲାଲ୍‌କିଲ୍ଲାକୁ ନିମନ୍ତ୍ରଣ କରିବେ କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅଲିମ୍ପିକ୍ ଦଳକୁ ଭେଟିବେ ବୋଲି ଜଣାପଡ଼ିଛି। ସୂଚନା ଥାଉକି, ଜୁଲାଇ ୧୩ରେ ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଖେଳାଳିମାନଙ୍କୁ ପିଏମ୍‌ ମୋଦୀ ଉତ୍ସାହିତ କରିଥିଲେ

ସୂଚନା ଅନୁସାରେ, ମଙ୍ଗଳବାର ଦିନ ବିଶ୍ୱ ପୁରୁଷ ଚାମ୍ପିୟନ ବେଲଜିୟମ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳକୁ ଉତ୍ସାହିତ କରିଛନ୍ତି ସେ କହିଛନ୍ତି, ବିଜୟ ପରାଜୟ ଜୀବନର ଏକ ଅଂଶ ଏବଂ ଭାରତ ନିଜ ଖେଳାଳିଙ୍କ ପାଇଁ ଗର୍ବିତ। ମୋଦୀ ଟ୍ବିଟ୍‌ କରି ଲେଖିଛନ୍ତି, ‘କ୍ଷତି ବିଜୟ ଜୀବନର ଏକ ଅଂଶ ଆମର ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଏହାର ସର୍ବୋତ୍ତମ ପ୍ରଦର୍ଶନ କରିଛି, ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପିଏମ ମୋଦୀ ଆହୁରି ଲେଖିଛନ୍ତି, ‘ମୁଁ ମୋର ଦଳକୁ ଆଗାମୀ ମ୍ୟାଚ୍ ଭବିଷ୍ୟତ ମ୍ୟାଚ୍ ପାଇଁ ଶୁଭେଚ୍ଛା ଜଣାଉଛି ଭାରତ ନିଜ ଖେଳାଳିଙ୍କ ପାଇଁ ଗର୍ବିତ 

Comments are closed.