୫ରେ ନବୀନଙ୍କ ବରଗଡ଼ ଗସ୍ତ: ବିଜୁ ଏକ୍ସପ୍ରେସ୍‌ ୱେର ଲୋକାର୍ପଣ କରିବେ

0

ବରଗଡ଼,୧।୩: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମାର୍ଚ୍ଚ ୫ ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଆସିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଜୁ ଏକ୍ସପ୍ରେସ୍‌ ୱେର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ଏନେଇ ଦଳ ପକ୍ଷରୁ ବରଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରେମଶିଳା ମଣ୍ଡପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ବରଗଡ଼ ଜିଲ୍ଲାର ମନ୍ତ୍ରୀ ଓ ସମସ୍ତ ବିଧାୟକ ଉପସ୍ଥିତ ଥିଲେ । ଏଥିରେ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦଳର ବରିଷ୍ଠ ଉପସଭାପତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମ୍ବନ୍ଧରେ ସୂଚନା ଦେବା ସହିତ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ ଉତ୍ସବ ବିଷୟରେ ଆଲୋକପାତ କରିଥିଲେ । ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ସୋହେଲା ସମେତ ନୂଆପଡ଼ା, ଜୁନାଗଡ଼ ଓ ଆମ୍ବପାଣି ଆଦି ଚାରୋଟି ସ୍ଥାନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ସୋହେଲା ସ୍ଥିତ ହଲଦିପାଲିଠାରୁ ଆମ୍ବପାଣି(କଳାହାଣ୍ଡି) ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ ୱେ ଅଧୀନ ୪୦୦ କିଲୋମିଟର ରାସ୍ତାର ଲୋକାର୍ପଣ କରିବା ସହିତ ଟୁରିଷ୍ଟ ସେଂଟର ଯାଯାବରଓ ଘେଁସ କୁଞ୍ଜଲ ସିଂହ ପାର୍କ ଉଦଘାଟନ କରିବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.