ସିଏମ୍‌ସି ମେୟର ପ୍ରାର୍ଥୀଙ୍କ ସତ୍ୟପାଠ, ଗିରିବାଳା ସବୁଠୁ ଧନୀ

0

କଟକ,୯/୩ : କଟକ ପୌର ନିର୍ବାଚନରେ ମେୟର ପଦ ପାଇଁ ୩ ପ୍ରମୁଖ ଦଳର ଆଶାୟୀ ପ୍ରାର୍ଥୀ ହେଉଛନ୍ତି ଲକ୍ଷପତି ସମସ୍ତଙ୍କ ପାଖରେ ଲକ୍ଷାଧିକ ଟଙ୍କାର ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ସେମାନଙ୍କ ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କର୍ପୋରେଟର ଗିରିବାଳା ବେହେରା ସବୁଠୁ ଧନୀ ଥିବାବେଳେ ଦ୍ୱିତୀୟରେ ରହିଛନ୍ତି ବିଜେଡି ପ୍ରାର୍ଥୀ ତଥା ସାଂସଦ ସୁବାସ ସିଂହ। ସବୁଠୁ ବଡ଼ କଥା ସୁବାସ ସିଂଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନ ଥିବାବେଳେ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କ ନାମରେ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୭୫ଲକ୍ଷ ୫୬ ହଜାର ୭୮୫ ଟଙ୍କା ତେବେ ୩ ଜଣ ହେଭିୱେଟ୍‌ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଆଗାମୀ ନିର୍ବାଚନରେ କଡା ଟକ୍କର୍‌ ଦେଖିବାକୁ ମିଳିବ

ସିଏମ୍‌ସି ନିର୍ବାଚନରେ ଉଭୟ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି ଏବେ ସିଏମ୍‌ସି ପକ୍ଷରୁ ସମସ୍ତ ମେୟର ଓ କର୍ପୋରେଟର ପ୍ରାର୍ଥୀଙ୍କ ସତ୍ୟପାଠ ପ୍ରକାଶ ପାଇଛିସେଥିରେ ସମସ୍ତଙ୍କ ନଜର ୩ ଟି ଦଳର ୩ ଜଣ ପ୍ରମୁଖ  ପ୍ରାର୍ଥୀଙ୍କ ସମ୍ପତ୍ତି ଉପରେ ରହିଛି ସିଏମ୍‌ସିର ସୂଚନାନୁସାରେ, ବିଜେଡି ପ୍ରାର୍ଥୀ ସୁବାସ ସିଂ ପେସାରେ ସମାଜସେବୀ ଥିବାବେଳେ ତାଙ୍କ ବାର୍ଷିକ ଆୟ ହେଉଛି ୨୯ ହଜାର ୩୬୦ ଟଙ୍କା ତାସହିତ ତାଙ୍କ ନାଁରେ ୭୬ ଲକ୍ଷ ୭୬ ହଜାର ୬୮୯ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ଏହି ଟଙ୍କା ମଧ୍ୟରୁ ତାଙ୍କ ନିକଟରେ ୪୦ ହଜାର ନଗଦ ଟଙ୍କା, ୪ଟି ବ୍ୟାଙ୍କରେ ସମୁଦାୟ ଜମାରାଶି ୨୦ଲକ୍ଷ ୫୦ହଜାର ୫୫୦ଟଙ୍କା, ତା ସହିତ ଅନ୍ୟାନ୍ୟ ଜମାରାଶି ୪୯ ଲକ୍ଷ ୪୪ ହଜାର ୧୩୮ ଟଙ୍କା, ଏକ ହୋଣ୍ଡା ସ୍କୁଟି ଯାହାର ମୂଲ୍ୟ ୪୨ହଜାର ଟଙ୍କା, ୧୫୦ ଗ୍ରାମର ସୁନା ଯାହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ରହିଛି ଏହାସହ ସୁବାସ ସିଂଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ ଯାହା ଅଛି ତାହା ପୈତୃକ ସମ୍ପତ୍ତି ସେହିଭଳି ତାଙ୍କ ପତ୍ନୀ ଜଣେ ଡାକ୍ତର ଥିଲାବେଳେ ତାଙ୍କ ନାଁରେ ୪୫ଲକ୍ଷ ୮୫ହଜାର ୪୫ଟଙ୍କାର ଅସ୍ଥାବର ଓ ୭୭ ଲକ୍ଷ ୧୯ ହଜାର ୯୬ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛିସୁବାସଙ୍କ ନାଁରେ କୌଣସି ଋଣ ନାହିଁ

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବ୍ୟବସାୟୀ ହୋଇଥିଲାବେଳେ ତାଙ୍କ ନିକଟରେ ରହିଛି ୯୫ଲକ୍ଷ ୫୦ହଜାର ୩୧ଟଙ୍କାର ସମ୍ପତ୍ତି ଏଥିମଧ୍ୟରୁ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୦ଲକ୍ଷ ୫୦ହଜାର ୩୧ଟଙ୍କା ଓ ସ୍ଥାବର ସମ୍ପତ୍ତିର ମୂଲ୍ୟ ୭୫ ଲକ୍ଷ ଟଙ୍କା ରହିଛି ଅସ୍ଥାବର ସମ୍ପତ୍ତି ମଧ୍ୟରେ ନଗଦ ୪୦ହଜାର ଟଙ୍କା ଓ ବାକି ବିଭିନ୍ନ ବ୍ୟାଙ୍କ୍‌ରେ ଜମା ରହିଛି ସେହିଭଳି ସ୍ଥାବର ସମ୍ପତ୍ତି ମଧ୍ୟରେ କିଛି ଭାଗ ତାଙ୍କ ଭଉଣୀମାନଙ୍କର ମଧ୍ୟ ରହିଛି ତାଙ୍କ ସ୍ୱାମୀ ଜଣେ ଆଇନଜୀବୀ ହୋଇଥିବାବେଳେ ତାଙ୍କ ନାଁରେ ମଧ୍ୟ ୪୨ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ୯୫ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି ଗିରିବାଳାଙ୍କ ନାମରେ ମଧ୍ୟ କୌଣସି ପ୍ରକାରର ଋଣ ନ ଥିବା ଦର୍ଶାଯାଇଛି

ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ଜଣେ ବ୍ୟବସାୟୀ ହୋଇଥିବାବେଳେ ତାଙ୍କର ବାର୍ଷିକ ଆୟ ହେଉଛି ୪ ଲକ୍ଷ ୭୨ ହଜାର ୩୫୦ ଟଙ୍କା । ସେ ୭୫ ଲକ୍ଷ ୫୬ ହଜାର ୭୮୫ ଟଙ୍କାର ମାଲିକ । ତାଙ୍କ ନାଁରେ ୩୩ ଲକ୍ଷ ୬୬ ହଜାର ୭୮୫ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଏଥିମଧ୍ୟରୁ ନଗଦ ୬୦ ହଜାର ୫୦୦ଟଙ୍କା ଅଛି । ତାଙ୍କର ୮ଲକ୍ଷ ଟଙ୍କାର କାର୍‌ ଥିବାବେଳେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ମୋଟ ୧୧ଲକ୍ଷ ୨୫ହଜାର ଟଙ୍କାର ସୁନା ରହିଛି । ବାକି ଟଙ୍କା ବିଭିନ୍ନ ବ୍ୟାଙ୍କ ଓ ଜୀବନବୀମା ରହିଛି । ସ୍ତ୍ରୀଙ୍କ ନାମରେ ୧୩ ଲକ୍ଷ ୬୮ହଜାର ୭୮୪ଟଙ୍କାର ଅସ୍ଥାବର ସମ୍ପତ୍ତି ଓ ଝିଅ ନାଁରେ ୬ ଲକ୍ଷ ୫୪ହଜାର ୯୮୭ଟଙ୍କା ରହିଛି । ଭୁବନେଶ୍ୱରରେ ଦୁଇଟି ଜମି ଥିବାବେଳେ ତାହାର ବର୍ତ୍ତମାନ ମୂଲ୍ୟ ୪୧ ଲକ୍ଷ ୯୦ ହଜାର ଟଙ୍କା । ତାଙ୍କ ପତ୍ନୀଙ୍କ ନାଁରେ ୪ ଲକ୍ଷ ୫୦ ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଛି । ଶ୍ରୀତମଙ୍କ ନାଁରେ ଏକାଧିକ ବ୍ୟାଙ୍କ୍‌ରେ ୪୪ ଲକ୍ଷ ୫୦ହଜାର ଟଙ୍କା ଋଣ ରହିଛି ।

Leave A Reply

Your email address will not be published.