ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ପ୍ରସଙ୍ଗ ଗଠନ ହେଲା ସ୍ବତନ୍ତ୍ର କମିଟି

0

ଭୁବନେଶ୍ବର, ୭।୧: ସରକାରୀ ହାଇସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସଂରକ୍ଷଣ ବ୍ୟବସ୍ଥାର ରୂପରେଖ ପାଇଁ ରାଜ୍ୟ ସରକାର ଏକ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି। ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ନାମଲେଖାରେ ସ୍ୱତନ୍ତ୍ର ସଂରକ୍ଷଣ ଦେବା ପାଇଁ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଆଧାରରେ ଆବଶ୍ୟକ ରୂପରେଖ ପ୍ରସ୍ତୁତ ନିମନ୍ତେ ଏହି କମିଟିର ଗଠନ କରାରାଇଛି। ବିଜେଡି କାର୍ଯ୍ୟକାରିଣୀରେ ପାରିତ ପ୍ରସ୍ତାବ ଆଧାରରେ ରାଜ୍ୟ କ୍ୟାବିନେଟ ଡିସେମ୍ବର ୨୮ତାରିଖରେ ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲେ।
ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖାରେ ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦେବା ପାଇଁ ଆବଶ୍ୟକ ସୁପାରିସ୍ ଏହି ଉଚ୍ଚକ୍ଷମତା ସମ୍ପନ୍ନ କମିଟି କରିବେ। କମିଟିର ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏକେ ମିଶ୍ରଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି କମିଟିର ଅନ୍ୟ ସଦସ୍ୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ, ଓଡ଼ିଶା ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ବିଏସ ପୁନିଆ ଏବଂ  ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଜି ରେଘୁ ସଦସ୍ୟ ଥିବାବେଳେ ଦକ୍ଷତାବିକାଶ ଓ ବୈଷୟିକ ଶିକ୍ଷା ଯୁଗ୍ମ ସଚିବ ଏକେ ନାୟକ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ।

Leave A Reply

Your email address will not be published.