ଝାରସୁଗୁଡ଼ା ଉପନିର୍ଟିବାଚନ, ଟିକେଟ ନେଲେ ‌ଦୀପାଳି: ‘ଜିତିକି ମୁଖ୍ୟମନ୍ତ୍ରୀଙ୍କୁ ଗର୍ବିତ କରାଇବି’

୧୭ରେ ନାମାଙ୍କନ ପତ୍ର ଦାଖଲ କରିବେ ଟଙ୍କଧର, ନାମାଙ୍କନ ପତ୍ର ଦାଖଲ କଲେ ତରୁଣ

0

ଭୁବନେଶ୍ବର, ୧୬।୪ : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ଶନିବାର ଦିନ ନବୀନ ନିବାସ ଆସି ଦଳୀୟ ଟିକେଟ୍ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀପାଳି ଓ ତାଙ୍କ ଭାଇଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ଟିକେଟ୍ ଦେଇଛନ୍ତି।

ଏହାପରେ ଦୀପାଳି କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛି, ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀଙ୍କୁ ଗର୍ବିତ କରାଇବି। ଏହି ଅବସରରେ ଦୀପାଳି ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ଝାରସୁଗୁଡ଼ାରେ ବିକାଶ ହୋଇନଥିବା ନେଇ ବିରୋଧୀ ଯାହା କହୁଛନ୍ତି ତାହା ଠିକ୍ ନୁହେଁ। ଏଠାରେ ପାନୀୟ ଜଳ ଯୋଗାଣଠୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କାର୍ଯ୍ୟ ହୋଇଛି।

ଅପରପକ୍ଷେ ଏପ୍ରିଲ ୨୦ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟ ଥିବାବେଳେ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କ ଉପସ୍ଥିତିରେ ନାମାଙ୍କନପତ୍ର ଦାଖଲ କରିଥିଲେ।
ସେହିପରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତା ୧୭ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ। ଏହିଦିନ ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ସୁରେଶ ପୁଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ନିତେଶ ଗଙ୍ଗଦେବ, ବିଧାୟକ ଶଙ୍କର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ସୁବାସ ପାଣିଗ୍ରାହୀ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେ.ଭି.ସିଂହଦେଓ ପ୍ରମୁଖଙ୍କ ସମେତ ବହୁ ପଦାଧିକାରୀ ସାମିଲ ହେବେ ବୋଲି ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply

Your email address will not be published.