ଭାରତର ଡବଲ ମ୍ୟୁଟାଣ୍ଟ୍‌ କରୋନା ଷ୍ଟ୍ରେନ୍‌ ୧୭ ଦେଶକୁ ବ୍ୟାପିଛି

0

ନୂଆଦିଲ୍ଲୀ, ୨୯/୪: ଭାରତରେ ପ୍ରଥମେ ସନ୍ଧାନ କରାଯାଇଥିବା କରୋନା ଭୂତାଣୁର ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ ଏବେ ବିଶ୍ୱର ୧୭ଟି ଦେଶକୁ ବ୍ୟାପିସାରିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟଏଚ୍‌ଓ) କହିଛି। ସଂଗଠନ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ସମୁଦାୟ ୧୨୦୦ ନମୁନାରେବି..୬୧୭ନାମକ ଏହି ଷ୍ଟ୍ରେନକୁ ଠାବ କରାଯାଇଛି

ମୁଖ୍ୟତଃ ଭାରତ, ବ୍ରିଟେନ, ସିଙ୍ଗାପୁର ଆମେରିକାରେ ଏହି ଷ୍ଟ୍ରେନ୍‌ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ତେବେ ଏହି ଷ୍ଟ୍ରେନ ଯୋଗୁ ହିଁ ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି ବୋଲି; ସେମିତି କୌଣସି ସିଦ୍ଧାନ୍ତରେ ପହଂଚିନାହିଁ ଡବ୍ଳ୍ୟଏଚ୍‌ଓ। କାରଣ ଭାରତରେ ନିର୍ବାଚନ, ବିଭିନ୍ନ ଧାର୍ମିକ ଉତ୍ସବ ବ୍ରିଟିସ ତଥା ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ଯୋଗୁଁ ବି କରୋନା ସଂକ୍ରମଣ ଏତେ ତୀବ୍ର ରୂପ ଧାରଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ଉକ୍ତ ଷ୍ଟ୍ରେନକୁ ସବୁଠାରୁ ଚିନ୍ତାଜନକ କିମ୍ବା ବିପଦଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିନାହିଁ

Leave A Reply

Your email address will not be published.