ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ

0

ଭୁବନେଶ୍ବର, ୧୭/୩ : ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହୃତ। ସର୍ବସମ୍ମତି ଆଧାରରେ ଆନ୍ଦୋଳନ ପ୍ରତ୍ୟାହୃତ। ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ। ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଦେଲେ ସୂଚନା।

ପ୍ରକାଶ ଯେ,  ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ଡ୍ରାଇଭରମାନଙ୍କୁ ଶୁକ୍ରବାର ନିବେଦନ କରିଥିଲେ ମୁଖ୍ୟ ଶାସନ ସଚିବ  ପ୍ରଦୀପ ଜେନା। ସେ କହିଥିଲେ ଡ୍ରାଇଭରମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟବାସୀ ଅସୁବିଧା ଭୋଗୁଛନ୍ତି। ଆନ୍ଦୋଳନ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି। ଡ୍ରାଇଭରମାନଙ୍କ ଦାବି ସମ୍ପର୍କରେ ବିଚାର କରାଯିବା ପାଇଁ ସହୃଦୟତାର ସହିତ ପ୍ରତିଶ୍ରୁତି ଦିଆଯାଇଛି । ଏହା ସତ୍ତ୍ବେ ଡ୍ରାଇଭରମାନଙ୍କ ଧର୍ମଘଟ ଆରମ୍ଭ ହୋଇଥିଲା। ଗୁରୁବାର ରାଜ୍ୟ ସରକାରଙ୍କ ତରଫରୁ ଡ୍ରାଇଭର ମହାସଂଘ ସହିତ ମୁଁ ଆଲୋଚନା କରିଥିଲି। ଆଲୋଚନା ସକରାତ୍ମକ ଥିଲା।

ମୁଁ ନିବେଦନ କରୁଛି ଜନ ସାଧାରଣଙ୍କୁ ଅସୁବିଧାରେ ନ ପକାଇ ଧର୍ମଘଟରୁ କ୍ଷାନ୍ତ ରୁହନ୍ତୁ। ଧର୍ମଘଟ ନାଁରେ ଆଇନକୁ ହାତକୁ ନେବା ଉଚିତ ହେବନି। ପବ୍ଲିକ ସମ୍ପତ୍ତି ନଷ୍ଟ କରିବା ମଧ୍ୟ ଠିକ୍ ନୁହେଁ।ଡ୍ରାଇଭରମାନଙ୍କ ସହିତ କିଛି ଅଣ ଡ୍ରାଇଭର ମଧ୍ୟ ଆନ୍ଦୋଳନ କରୁଛନ୍ତି। ଧର୍ମଘଟ ନାଁରେ ଅଣ ଡ୍ରାଇଭରମାନେ ହିଂସା କରୁଛନ୍ତି।ଏଥିପ୍ରତି ଡ୍ରାଇଭରମାନେ ସଚେତନ ହେବା ଦରକାର।

 

Leave A Reply

Your email address will not be published.