ତେଜୁଛି ଚାଷୀ ଆନ୍ଦୋଳନ: କେନ୍ଦ୍ର ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ

0

ଭୁବନେଶ୍ବର, ୯।୧୨: କେନ୍ଦ୍ର ସରକାର ହେଇଥିବା ୨୦ ପୃଷ୍ଠା ସମ୍ବଳିତ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ କୃଷକ ସଂଗଠନ। କ୍ରାନ୍ତକାରୀ କିଷାନ ୟୁନିୟନର ସଭାପତି ଦର୍ଶନ ପାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ଡିସେମ୍ବର ୧୪ ତାରିଖରୁ ପ୍ରତି ଜିଲ୍ଲାରେ କୃଷକ ଧାରଣା ଆରମ୍ଭ କରିବେ। କେନ୍ଦ୍ର କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିବ। ଡିସେମ୍ବର ୧୨ ତାରିଖ ଦିନ ଜୟପୁର ଓ ଦିଲ୍ଲୀ ହାଇୱେରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ।

ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ ଦଳ। କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଆଇଏମ ସହ ବିରୋଧୀ ରାଜନୈତିକ ଦଳର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି ରାହୁଲ ଗାନ୍ଧୀ, ଶରଦ ପାୱାରା, ସାତାରାମ ୟେଚୁରୀ କୃଷି ଆଇନ୍ ହଟାଇନେବାକୁ ଦାବି କରିଛନ୍ତି।

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି, ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ । ଖୁବଶୀଘ୍ର କୃଷି ଆଇନ ପ୍ରତ୍ୟାହାର କରାଯାଉ। ପିଏମ୍‌ କର୍ପୋରେଟ ବନ୍ଧୁଙ୍କୁ ଖୁସି କରାଇବାକୁ ଏ ସବୁ କରାନଯାଉ । ମୋଦି କହୁଛନ୍ତି, ଏ ଆଇନ ଚାଷୀଙ୍କ ହିତ ପାଇଁ ଯଦି କରାଯାଇଛି ତେବେ ଆଜି ଚାଷୀ କଣ ପାଇଁ ରାସ୍ତାକୁ ଓହ୍ଲାଇଛି ବୋଲି ରାହୁଲ କହିଛନ୍ତି।

Leave A Reply

Your email address will not be published.