ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଅଗ୍ନିକାଣ୍ଡ: ୫ ମୃତ

ଭୁବନେଶ୍ବର, ୨୧।୧: କରୋନା ଟିକା ପ୍ରସ୍ତୁତ କରୁଥିବା ପୁଣେସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ବିଲ୍ଡିଂରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବିଲ୍ଡିଂ ମଧ୍ୟରୁ ଅନ୍ୟ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ସେରମ୍‌ରେ ନିଆଁ ଲାଗିଥିଲେ ହେଁ ଏହା ମଧ୍ୟରେ ଥିବା ଟିକା ଉତ୍ପାଦନ ୟୁନିଟ ଓ ଟିକା ସଂରକ୍ଷଣ ୟୁନିଟି ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ଜଣାପଡ଼ିଛି।

ଆଜି ଅପରାହ୍ନ ୨.୪୫ରେ ହଠାତ୍‌ ସେରମ୍‌ ଇନଷ୍ଟିଚ୍ୟୁଟର ମଞ୍ଜରୀ ଅଞ୍ଚଳରେ ଥିବା ଟର୍ମିନାଲ-୧ର ଗେଟ୍‌ ନିକଟରେ ଭୟଙ୍କର ନିଆଁ ଲାଗି ଯାଇଥିଲା। ଏଠାରେ ଥିବା ସେରମର ନୂଆ ବିଲଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ବର୍ତ୍ତମାନ ସୁଦ୍ଧ ୧୨ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଗୋଟିଏ ଏନଡିଆରଏଫ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

Comments are closed.