୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର, ୨୦।୧: ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଜାନୁଆରି ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ଫେବ୍ରୁଆରି ୯ ତାରିଖ ଯାଏ ଚାଲିବ। ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା। କୋଭିଡ୍‌ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କ‌ରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାର ସମସ୍ତ ପ୍ରକାର ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟ ଉପରେ ରୋକ ଲଗାଇଥିଲେ। ତେବେ ୨୦୨୧ରେ କରୋନା ଟିକା ବାହାରିବା ପରେ ରାଜ୍ୟ ସରକାର ବିଭିନ୍ନ ସେକ୍ଟରକୁ ଧୀରେ ଧୀରେ ଖୋଲୁଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଭାସମିତି ଆୟୋଜନ କରାଯାଉଛି। ଠିକ୍‌ ସେମିତି ସେମିତି ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରାଯାଇଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଏଥିରେ ସାନିଟାଇଜ୍‌ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

Comments are closed.