ଆଉ ନାହାନ୍ତି ‘ଗୋପାଳ ରହସ୍ୟ’ର ଗୋପାଳ: ହୃଦଘାତରେ ପର‌ଲୋକ

ଭୁବନେଶ୍ବର, ୨୦।୧: ଓଡ଼ିଆ ସିନେମା ଓ ସିରିଏଲ ଜଗତର ଜଣାଶୁଣା ଅଭିନେତା ତଥା ‘ଗୋପାଳ ଭାଣ୍ଡ’ ଭାବେ ଘରେ ଘରେ ପରିଚିତ ରବି ମିଶ୍ର ଆଉ ନାହାନ୍ତି। ଜଣେ ବରିଷ୍ଠ ହାସ୍ୟାଭିନେତା, ପାର୍ଶ୍ବ ଅଭିନେତା ତଥା ଓଡ଼ିଶା ଚଳଚ୍ଚିତ୍ର ଆକାଶର ଉଜ୍ଜଳତମ ତାରକାଙ୍କୁ ହରାଇଛି ଓଡ଼ିଶା। ଏନେଇ ଓଡ଼ିଶା ସହ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି। ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି । ୬୪ ବର୍ଷରେ ହୃଦଘାତ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଅସ୍ତ ହୋଇଯାଇଛନ୍ତି ରବି ।

୯୦ ଦଶକରେ ଦୂରଦର୍ଶନରେ ପ୍ରସାରିତ ‘ଗୋପାଳ ରହସ୍ୟ’ ଧାରାବାହିକ ଆଜି ବି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। କାରଣ ଗୋପାଳ ଭୂମିକାରେ ନଜର ଆସିଥିଲେ ରବି ମିଶ୍ର । ଏହି ମେଗା ଧାରାବାହିକର ଭିନ୍ନ ଭିନ୍ନ ଭାଗ ଯଥା, ପଣ୍ଡିତଙ୍କ ଚୁଟି, ମୁର୍ଗି ରୋଗ, ଗୋପାଳ ପାକ , କଣ୍ଟା ବନ୍ଧା, ଜ୍ୱାଇଁ ଡାକରା, ଆଳୁ ଦୋଷ ଭଳି ଭିନ୍ନ ଭୂମିକାରେ ନଜର ଆସିଥିଲେ ରବି । ଏହାପରେ ପରେ ରବିଙ୍କ ଭାଗ୍ୟ ସତେ ଯେମିତି ଉଦୟ ହେବାରେ ଲାଗିଲା । ଜଣେ ମଞ୍ଚ କଳାକାର କେତେବେଳେ ଓଲିଉଡ ଜଗତର ଜଣେ ହୀରା ପାଲଟିଯାଇଥିଲେ ତାହା କାହାକୁ ବି ଜଣାନଥିଲା । ଏବେ ସେ ‘ହେ ପ୍ରଭୁ’ ନାମକ ଏକ ଧାରାବାହିକରେ ନଜର ଆସୁଥିଲେ।

 

 

Comments are closed.